Home ଜିଲ୍ଲା ପରିକ୍ରମା ବାଲିପୋଖରୀ ଏସକେପ ନିର୍ମାଣ ଏବର ସ୍ଥିତି ଅନୁଯାୟୀ ହେଉ- ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି

ବାଲିପୋଖରୀ ଏସକେପ ନିର୍ମାଣ ଏବର ସ୍ଥିତି ଅନୁଯାୟୀ ହେଉ- ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି

27

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଳକର ବାଲିପୋଖରୀ ଏସକେପ ପରିସ୍ଥିତିରେ ମାତ୍ରାଧିକ ଅବନତି ହୋଇଛି। ଏସକେପ ସମ୍ମୁଖ ବୈତରଣୀ ନଦୀ ଶଯ୍ୟାରେ ଥିବା ପ୍ରାକୃତିକ ସୁରକ୍ଷାକାରୀ ବିସ୍ତୃତବାଲି ଶଯ୍ୟା ରୁ ବାଲି ବ୍ୟାପକ ମାତ୍ରାରେ ଉତ୍ତୋଳନ ହୋଇ ଏସକେପ ପ୍ରତି ବିପଦ ସୃଷ୍ଟି କରାଯାଇଛି। ଏସକେପ ର ଅପରପାର୍ଶ୍ୱ ନଦୀବନ୍ଧକୁ ଅତିଶୟ ସୁଦୃଢ କରାଯିବା ସହ ନଦୀ ଶଯ୍ୟାରେ ଘେରିବନ୍ଧ ନିର୍ମାଣ କରାଯାଇ ବୈତରଣୀ ନଦୀକୁ କୃତ୍ରିମ ଭାବେ ଏକପ୍ରକାର ବାମପାଶ୍ୱର୍କୁ ଅଡାଇ ଦିଆଯାଇଛି। ୨୦୨୨ ମସିହାରେ ବାଲିପୋଖରୀ ଏସକେପ ନଦୀ ଶଯ୍ୟାରେ ପରିଣତ ହେବା ପାଇଁ ଆଶଙ୍କା ଦୃଢିଭୂତ ହୋଇଛି। ଏଭଳି ପରିସ୍ଥିତିରେ ୨୦୧୬ ମସିହାରେ ଆକଳନ ଅନୁଯାୟୀ ବାଲିପୋଖରୀ ଏସକେପ କଂକ୍ରିଟକରଣ ଗ୍ରହଣଯୋଗ୍ୟ ନୁହେଁ। ବାସ୍ତବରେ ବନ୍ୟାଜଳ ପ୍ରତିରୋଧକାରୀ ନିର୍ମାଣ ପାଇଁ ପୁନଃ ଅନୁ୍ମାନର ଆବଶ୍ୟକତା ରହିଛି। ଏଥିପାଇଁ ଟେଣ୍ଡର ବାତିଲ ସହ ନୂତନ ଭାବେ ବୈଷୟିକ କମିଟି ଅନୁ୍ମାନ ପାଇଁ ଦାବି କରିଛି ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି। ଶୁକ୍ରବାର ଆଖୁଆପଦା ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ କମିଟିର ଆବାହକ ତଥା ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ, ସଂଯୋଜକ ନାରାୟଣ ଚନ୍ଦ୍ର ଘଡେଇ, ଜିତେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ, ଯୁବନେତା ବିଜୟଶଙ୍କର ମହାନ୍ତି, ନାରାୟଣ ଚନ୍ଦ୍ର ବେହେରା, ଦେବିକାରାଣୀ ବେହେରା, କାହ୍ନୁଚରଣ ସେଠୀ, ତ୍ରଲୋକ୍ୟନାଥ ସାହୁ, କମଳାକାନ୍ତ ଲେଙ୍କା ପ୍ରମୁଖ ଏସକେପକୁ ‘ବକ୍ସ ସେଲ’ ଢାଞ୍ଚାରେ ନିର୍ମାଣ କରିବାକୁ ଦାବି କରିଥିଲେ। ବାମପାର୍ଶ୍ୱ ନଦୀବନ୍ଧକୁ କ୍ୟାପିଟାଲ ନଦୀବନ୍ଧ ଭାବେ ନିର୍ମାଣ କରିବା ଓ ଜଗନ୍ନାଥପ୍ରସାଦ ସୈରାତର ନିଲାମକୁ ବାତିଲ କରିବାକୁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.