Home କେନ୍ଦୁଝର ବାଲିଘାଟ ନିଲାମ ଅନିୟମିତତା ଅଭିଯୋଗ କରି ଚାଲିଥିବା ଧାରଣା ସ୍ଥଗିତ

ବାଲିଘାଟ ନିଲାମ ଅନିୟମିତତା ଅଭିଯୋଗ କରି ଚାଲିଥିବା ଧାରଣା ସ୍ଥଗିତ

99

ହାଟଡ଼ିହି, ୧୩ । ୧୦ (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ତହସିଲରେ ହୋଇଥିବା ବାଲିଘାଟ ନିଲାମ ପ୍ରକ୍ରୀୟାରେ ଅନିୟମିତତା ଅଭିଯୋଗ କରି ବାଦପଡିଥିବା ନିଲାମଧାରୀଙ୍କ ପକ୍ଷରୁ ଗତକାଲି ଠାରୁ ତହସିଲ ସମ୍ମୁଖରେ ଚାଲିଥିବା ଧାରଣାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ଗୋବିନ୍ଦପୁର ବାଲଘାଟ ଉତ୍ସ ନିଲାମରେ ଭାଗନେଇ ପ୍ରଥମସ୍ଥାନରେ ଥିବା ବିଡର ଆବଶ୍ୟକୀୟ ଦସ୍ତାବିଜ ଦେଇ ନଥିଲେ ମଧ୍ୟ ତାଙ୍କୁ ପ୍ରଥମ ବିଡର ଭାବେ ଚୟନ କରାଯିବାକୁ ନେଇ ଦ୍ୱିତୀୟ ସ୍ଥାନରେ ଥିବା ସୁବ୍ରତ କୁମାର ସା ନାମକ ଜଣେ ବିଡର ଓ ତାଙ୍କ ସମର୍ଥକ ମାନେ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ । ଗତକାଲି ଆନନ୍ଦପୁର ଉପଜିଲ୍ଲାପାଳ ଧାରଣାସ୍ଥଳକୁ ଆସି ସେମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନଥିଲେ । ଆଜି ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରାଇବାପରେ ସେମାନେ ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ପ୍ରଶାସନ କୌଣସି ପଦକ୍ଷେପ ନନେଲେ ସେମାନେ ପୁନର୍ବାର ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.