Home ଓଡ଼ିଶା ବାଲିଗୁଡ଼ା ବ୍ଲକ୍ : କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ପାଠୁଆ ଶିଶୁ ଶ୍ରମିକ: ବାରମ୍ବାର ଶିଶୁ ଶ୍ରମିକଙ୍କୁ...

ବାଲିଗୁଡ଼ା ବ୍ଲକ୍ : କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ପାଠୁଆ ଶିଶୁ ଶ୍ରମିକ: ବାରମ୍ବାର ଶିଶୁ ଶ୍ରମିକଙ୍କୁ ଖଟଣି ପରେ ମଧ୍ୟ ପ୍ରଶାସନ ଚୁପ୍

273

ବାଲିଗୁଡ଼ା, ୦୫/୦୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କୋମଳମତି ପାଠ ପଢ଼ୁଆ ଛାତ୍ରଙ୍କ ହାତରେ କାମ। ଅଳ୍ପ ପାରିଶ୍ରମିକ ସହ ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି କୋମଳମତି ଶିଶୁ। ସରକାର ରାଜ୍ୟରେ ଶିଶୁ ଶ୍ରମିକ ନିୟୋଜନ ବନ୍ଦ କରିବା ଉଦ୍ଦେଶ୍ୟରେ ଦେଇଛନ୍ତି ବିଭିନ୍ନ ପଦକ୍ଷେପ, ହେଲେ ଏହାର ଥମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଛି ଶିଶୁ ଶ୍ରମିକ ନିୟୋଜନ। ପ୍ରଶାସନର ଆଢ଼ୁଆଳରେ ଚାଲିଛି ଏଭଳି କାମ, ହେଲେ ପ୍ରଶାସନ ଚୁପ୍। ଏମିତି ଏକ ଘଟଣା ପୁଣି ସାମନାକୁ ଆସିଛି। କେନ୍ଦୁପତ୍ର ଫଡ଼ିଘରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ର ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁର ବାଲି ଫଡ଼ି ଘରେ। ଅଞ୍ଚଳର ଛୋଟ ଛୋଟ ପାଠ ପଢ଼ୁଆ ପିଲାଙ୍କୁ ଟଙ୍କାର ଲୋଭ ଦେଖାଇ କାମରେ ନିୟୋଜିତ କରାଯାଇଛି। ଦୈନିକ ୫୦ ରୁ ୧୦୦ ଟଙ୍କା ପାରିଶ୍ରମିକ ଦେଇ ବିପଦ ସଙ୍କୁଳ ଅବସ୍ଥାରେ କାମ କରାଇଛନ୍ତି କର୍ମଚାରୀ। ଏହି ଘଟଣା କୌଣସି ବେସରକାରୀ ଅନୁଷ୍ଠାନର ନୁହେଁ ବଂର ଖୋଦ ବନ ବିଭାଗର କେନ୍ଦୁପତ୍ର ଫଡ଼ିଘରର ଦୃଶ୍ୟ କର୍ମଚାରୀ ଜଣକ ବେଧଡ଼କ ଭାବେ ଶିଶୁମାନଙ୍କ ଦ୍ୱାରା ଚଳାଇଛନ୍ତି କାମ। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ପ୍ରକାରେ କାମରେ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଯିବ ନାହିଁ। ହେଲେ ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁକରେ କମ୍ ପାରିଶ୍ରମିକରେ ଅଧିକ କାମ ସହ ଅର୍ଥ ହାସଲ କରି ସରକାରୀ ଅର୍ଥ ଆତ୍ମସାତ କରିବାକୁ ପ୍ରୟାସ ଚଳାଇଛନ୍ତି ସରକାରୀ ବାବୁ ଜଣକ ସେପଟେ ଦାୟିତ୍ୱରେ ଥିବା କର୍ମଚାରୀ ଟଙ୍କାର ଲୋଭ ଦେଖାଇ ବେଧଡ଼କ କାର୍ଯ୍ୟରେ ନିୟୋଜନ କରୁଛନ୍ତି, ଛୋଟ ଛୋଟ ପାଠ ପଢ଼ୁଆ ଶିଶୁ ମାନଙ୍କୁ। କିଛି ଦିନ ତଳେ ବାରଖମା ପଞ୍ଚାୟତରେ ବିରାଗୁଡ଼ା ଏବଂ ଲଣ୍ଡାଗାଁ ପଞ୍ଚାୟତର ଘୋଡ଼ାବାଲି କେନ୍ଦୁପତ୍ର ଫଡ଼ି ଘରେ ଦେଖିବାକୁ ମିଳିଥିଲା ସମାନ ଏପରି ଦୃଶ୍ୟ ଏନେଇ ସମସ୍ତ ଖବର କାଗଜ ଓ ଟେଲିଭିଜନ ପ୍ରତିନିଧି ଖବର ପ୍ରସାରଣ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ ପୁଣୁ ଚାଙ୍ଗୁରବାଲି କେନ୍ଦ୍ରପତ୍ର ଫଡ଼ି ଘରେ ବର୍ତ୍ତମାନ ଦେଖିବାକୁ ମିଳିଛି। ଏଭଳି ଘଟଣା ବାରମ୍ବାର ସାମନାକୁ ଆସୁଥିଲେ ମଧ୍ୟ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟି ଯାଇଛି। ଏସଂପର୍କରେ କେନ୍ଦୁପତ୍ର ବିଭାଗର ବାଲିଗୁଡ଼ା ରେଞ୍ଜରଙ୍କ ପ୍ରତିକ୍ରିୟା ନେବାପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା। ହେଲେ ଏହି ଭଳି କାର୍ଯ୍ୟର ଦାୟିତ୍ୱରେ ଥିବା ମୁନ୍ସି ବିଶ୍ୱାମିତ୍ର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ- ପିଲାମାନେ ଏଠାରେ ଖୁସିରେ ଆସି କାମ କରିଯାଉ ଥିବା କହିଛନ୍ତି। ଏଭଳି ଘଟଣାକୁ ଚାଇଲ୍ଡ ଲାଇନ୍ର କନ୍ଧମାଳ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ଏଭଳି ଘଟଣାକୁ ତିବ୍ର ନିନ୍ଦା କରିବା ସହ ଏହାର ତଦନ୍ତ କରିବା ସହ ପ୍ରଶାସନକୁ ଅବଗତ କରି ବିହିତ ପଦକ୍ଷେପ ନେବୁ ବୋଲି କହିଥିଲେ। ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.