Home ଆମ ସଂସ୍କୃତି, କଳା ଓ ଐତିହ୍ୟ ବାଲିଗୁଡ଼ାରେ “ରାଧାପ୍ରେମ ଲୀଳା” ନାଟକ ମଞ୍ଚସ୍ଥ ପାଇଁ ଆଖଡ଼ା ପ୍ରସ୍ତୁତି ଜୋରସୋରରେ

ବାଲିଗୁଡ଼ାରେ “ରାଧାପ୍ରେମ ଲୀଳା” ନାଟକ ମଞ୍ଚସ୍ଥ ପାଇଁ ଆଖଡ଼ା ପ୍ରସ୍ତୁତି ଜୋରସୋରରେ

31

ବାଲିଗୁଡା ୨୮-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଲୋକ ନାଟକ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା। ବର୍ତ୍ତମାନ ଆଧୁନିକ ଯୁଗ ସ୍ପର୍ଶ କରୁଥିବା ବେଳେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ବିଲୁପ୍ତ ହେବାକୁ ଯାଉଛି। ଏହି ସମୟରେ ବିଲୁପ୍ତ ପ୍ରାୟ ପ୍ରସିଦ୍ଧ ଲୋକ ନାଟକ ଗୁଡ଼ିକ ମଧ୍ୟରେ ରାଧାପ୍ରେମ ଲୀଳା ର ବିଲୋପ ଘଟିବାକୁ ଯାଉଥିବା ବେଳେ କନ୍ଧମାଳର ମାଆ ପାଟଖଣ୍ଡା ଲୋକ ନାଟକ ସଂଘ ବାଲିଗୁଡା ତରଫରୁ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ଅନୁଷ୍ଠାନର ଶିଶୁ କଳାକାର ମାନଙ୍କୁ ନେଇ କନ୍ଧମାଳରେ ପ୍ରଥମଥର ପାଇଁ ଏହି ସଂଘ ତରଫରୁ ନାଟକ ମଞ୍ଚସ୍ଥ ପାଇଁ ପ୍ରକ୍ରିୟା ଚାଲିଥିବାରୁ ବାଲିଗୁଡା ବାସୀ ଖୁସି ପ୍ରକଟ କରିଛନ୍ତି। ଅନୁଷ୍ଠାନର ସଭାପତି ଲଳିତ ପାତ୍ର, ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ସଚ୍ଚିଦାନନ୍ଦ ପାତ୍ର, ଯୁଧିଷ୍ଠିର ପାତ୍ର ପୁରସ୍ତମ ପାତ୍ର, ପୁରସ୍ତମ ନାୟକ, ବିଜୟ ଅମାୟତଙ୍କ ନେତୃତ୍ୱରେ ବାଲିଗୁଡା ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଆଗାମୀ ଦୁର୍ଗାପୂଜାରେ ନାଟକ ମଞ୍ଚସ୍ଥର ଶୁଭଆରମ୍ଭ ହେବାକୁ ମଧ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲା ପୋଡାମାରି ଅଂଚଳର ଅଭିମନ୍ୟୁ ବେହେରା ଏହି ନାଟକର ସମ୍ପୂର୍ଣ୍ଣ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.