Home କେନ୍ଦୁଝର ବାଲିଗାଡି ନଛାଡିବାକୁ ନେଇ ମାଡ, ୪ଅଟକ

ବାଲିଗାଡି ନଛାଡିବାକୁ ନେଇ ମାଡ, ୪ଅଟକ

190

ହାଟଡିହି-୨/୬, ବାଲିଗାଡି ଅଟକାଇବାକୁ ନେଇ ନନ୍ଦିପଦା ଥାନା ମଙ୍ଗରାଜପୁରରେ ଜଣେ ଯୁବକକୁ ମାଡମାରି ୪ଜଣ ଅଟକ ଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଡିମରିଆ ଘାଟରୁ ମଙ୍ଗରାଜପୁର ରାସ୍ତାନେଇ ବାଲି ଅଣାଯାଉଥିବାବେଳେ କିଛି ରାସ୍ତା ଖାଲଖମା ହୋଇଯିବାରୁ ମଙ୍ଗରାଜପୁରର କିଛି ଗ୍ରାମବାସୀ ଗାଡି ଛାଡି ନଥିଲେ । ଏହାଦେଖି ଜଣେ ଟ୍ରାକ୍ଟର ଚାଳକ ଶାଳଣିଆଁକୁ ଫୋନକରି ଜଣାଇବାରୁ ଶାଳଣିଆଁର ୬ଜଣ ଯୁବକ ଆସି ଗାଡି ଅଟକାଉôତବା ଲୋକଙ୍କ ସହ ଝଗଡାକରିବା ସହିତ ପିଟାମରା କରିଥିଲେ । ଫଳରେ ମଙ୍ଗରାଜପୁରର ଜଣେ ଯୁବକ ଆହତ ହୋଇଥିଲା । ତାଙ୍କୁ ତୁରନ୍ତ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ତାଙ୍କ କାନମୁଣ୍ଡା ଓ ନାକରୁ ରକ୍ତ ବାହାରିବା ଦେଖି ମଙ୍ଗରାଜପୁରର ଲୋକମାନେ ଏକଯୁଟ ହୋଇ ଶାଳଣିଆଁର ୪ଜଣ ଯୁବକକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଦେଇଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଶାଳଣିଆଁ ଯୁବକ ମାନଙ୍କୁ ଉଦ୍ଧାର କରିବା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.