Home ଜିଲ୍ଲା ପରିକ୍ରମା ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

7

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ ହୋଇଛି ।ଆଜି ସମ୍ବିଧାନ ବଳରେ ଆମେ ଯେଉଁ ଶିକ୍ଷା ସ୍ୱାସ୍ଥ୍ୟ ଓ କହିବାର ଅଧିକାର ପାଇଛନ୍ତି ସେ ହେଉଛି କେବଳ ବାବା ସାହେବ ଆମ୍ବେଦକରଙ୍କ ଯୋଗୁଁ ।ଦଳିତ ଓ ନିଷ୍ପେସିତ ମାନେ ଆଜି ଯେଉଁ ସମକ୍ଷନତାର ଅଧିକାର ପାଇଛନ୍ତି ତାହା କେବଳ ବାବା ସାହେବଙ୍କ ପାଇଁ । ଆଜି ତାଙ୍କ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ଏକ ବାଇକ୍ ରାଲି ଭଦ୍ରକର ବନ୍ତ ଛକରୁ ବାହାରି ଚରମ୍ପା ଓ ପୁରୁଣା ବଜାର ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଂଚିଥିବାର ଦେଖିବାକୁ ମିଳିଥିଲା ।ଏହି ବାଇକ୍ ରାଲୀରେ ମୁଖ୍ୟ ପୁରୁଧା ଥିଲେ ଓଡ଼ିଶା ବହୁଜନ ସମୁଖ୍ୟାର ରଜ୍ୟ ସଭାପତି ବିଶ୍ୱନାଥ ଜେନା,ଆମ ବିକାଶ ଦଳର ଭଦ୍ରକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ନାୟକ,ଆମ ଓଡ଼ିଶା ଦଳର ସଂଯୋଜକ କାହୁଁ ଚରଣ ମହାଳିକ ଦ୍ରାବିଦିଆନ ମିରର ସଭାପତି ଅଜୟ କୁମାର ମଲ୍ଲିକ ଓ ଶହ ଶହ ବହୁଜନ ର ସଭ୍ୟ ଯୋଗଦାନ କରିଥିଲେ ।ପରେ ବିଶ୍ୱନାଥ ଜେନାଙ୍କ ବାସଭବନରେ ଏକ ସଭା ଆୟୋଜନ କରାଯାଇଥିଲା ।ଏହି ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ଓଡ଼ିଶା ବାମସେଫ ଅଧ୍ୟକ୍ଷ ଆଡଦ୍ଭୋକେଟ ସରୋଜ କୁମାର ସେଠୀ ଓ ଭଦ୍ରକ ଜିଲ୍ଲା ଭୀମ ଆର୍ମି ର ସଭାପତି ରଶ୍ମିରଞ୍ଜନ ମଲ୍ଲିକ ଓ ସାମାଜିକ କର୍ମୀ ଡାକ୍ତର ଅବିନାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.