Home ଜିଲ୍ଲା ପରିକ୍ରମା ବାପା ମା ଙ୍କ ବିଛେଦ ଦେଖି ଦୁଃଖ ରେ ଘର ଛାଡିଲା ଝିଅ,ରାଚିଂରୁ ନାବାଳିକା ଉଦ୍ଧାର

ବାପା ମା ଙ୍କ ବିଛେଦ ଦେଖି ଦୁଃଖ ରେ ଘର ଛାଡିଲା ଝିଅ,ରାଚିଂରୁ ନାବାଳିକା ଉଦ୍ଧାର

159

ମାଲକାନଗିରି,୧୫ା ୪ (ଓଡିଆ ପୁଅ ) ବାପା ମାଙ୍କ ବିଛେଦ ଦୁଃଖରେ ରୁଷିକି ନିଜଘରୁ ଲୁଚିପଳାଇ ଗଲା ନବାଳିକା ଝିଅ । ସୁଦୂର ରାଚିଂ ସହରରୁ ନିଖୋଜ ନାବାଳିକା କୁ ଉଦ୍ଧାର କଲା ପୁଲିସ ,ଜିଲ୍ଲା ଶିଶୁ ମଙ୍ଗଳ କମଟିର ହସ୍ତକ୍ଷେପରେ ଶେଷରେ ଏକାଠି ହେଲେ ପରିବାର । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ବାଲିମେଳା ସହର ମାଉସି ମା ମନ୍ଦିର ସାହିରେ । ସେହି ସାହିର ଲକ୍ଷମଣ ସିସା ଜଣେ ଡ୍ରାଇଭର,କରୋନା ପାଇଁ କାମ ନମିଳିବାରୁ ଘରେ ବସିରହିବା ଦ୍ୱାରା ଆର୍ଥିକ ଅନାଟନରେ ସ୍ତ୍ରୀ ଚଚଂଳା ସହିତ ଝଗଡା ଲାଗୁଥିଲେ । ତାଙ୍କର ୪ ଝିଅଙ୍କ ମଧ୍ୟରୁ ବଡ ଝିଅଙ୍କର ବିବାହ ହୋଇଯାଇଛି । ଆଉ ତିନି ଝିଅ ଛୋଟ ଛୋଟ ପାଠପଢୁଛନ୍ତି, ଗୋଟିଏ ପଟେ କାମ ନମିଳିବା ଅନ୍ୟପଟେ ତିନିଝିଅ ଙ୍କୁ ମଣିଷ କରିବା ଓ ପେଟକୁ ଦାନା ଯୋଗାଡ ପାଇଁ ସ୍ୱାମି ସ୍ତ୍ରୀ ଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ଲାଗୁଥିଲେ । ଝଗଡା ଏତେ ଉଗ୍ରରୂପନେଲା ଯେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ହୋଇଗଲେ । ଚଚଂଳା ନିଜ ବାପଘର କୋରକୁଣ୍ଡାକୁ ପଳାଇଲେ ,ବାପା ଙ୍କ ନିକଟରେ ତିନି ଝିଅ ରହିଗଲେ । ଗତ ତିନିବର୍ଷହେଲା ବାପା ମାଙ୍କ ବିଛେଦ ଦେଖି ୯ମ ଶ୍ରେଣୀରେ ପଢୁଥିବା ୧୫ବର୍ଷର ମଝିଆ ଝିଅ ସବୁବେଳେ ମନ ଦୁଃଖରେ ରହିଥାନ୍ତି । ଏମିତି ସେ ବାପା ମାଙ୍କ ବିଛେଦ ରେ ରୁଷିକି ଗତ ୪ତାରିଖରେ ଜୟପୁର ଠାରେ ରହୁଥିବା ତାଙ୍କର ଜଣେ ସଂପର୍କିୟଙ୍କ ଘରକୁ ପଳାଇଲେ । ତାପରେ ସେ ଉମରକୋଟ ପଳାଇ ସେଠାରୁ ରାଇପୁର ପଳାଇଥିଲେ । ବାପା ମାଙ୍କ ଉପରେ ରାଗିକି ରାଇପୁର ରେ ଏକ ବସରେ ସେ ରାଚିଂପଳାଇ ଗଲେ । ରାଚିଂ ବସଷ୍ଟାଣ୍ଡ ରେ ପହଁଚି ବା ପରେ ତାଙ୍କର ହେତୁ ପସିଲା ସେ ଏତେ ଦୂର ପଳାଇଆସିଲେ , ଏଠାରେ ରହିବେ କେଉଁଠି ଖାଇବେ କଣ ସେ କଥା ଭାବି ସେ କାନ୍ଦିପକାଇଲେ , ଝିଅ ଟିଏ ବସଷ୍ଟାଣ୍ଡରେ କାହିଁକି କାନ୍ଦୁଛନ୍ତି ସେ କଥା ଦେଖିକି କିଛି ଲୋକ ତାଙ୍କୁ ପଚାରିବାରୁ ସେ ମାଲକାନଗିରି ବାଲିମେଳା ରୁ ଘରୁ ରାଗିକି ପଳାଇ ଆସିଛନ୍ତି କହିଥିଲେ । ନାବାଳିକା ଜଣଙ୍କ ଜଣେ ଲୋକଠାରୁ ମୋବାଇଲ ଫୋନ ମାଗି ତାଙ୍କ ବାପାଙ୍କୁ ଫୋନ କରିଥିଲେ, ବାପା ମା ଯଦି ଏକାଠି ହେବ ତେବେ ସେ ଘରକୁ ଫେରିବେ ,ସେ ଏବେ ରାଚିଂରେ ଅଛନ୍ତି ଘରକୁ ଯିବା ପାଇଁ ଇଚ୍ଛା ହେଉଛି ବୋଲି କହିଥିଲେ । ଝିଅ ଠାରୁ ଫୋନ ପାଇ ବାପା ଲକ୍ଷମଣ ଏ ସଂପର୍କରେ ଓରକେଲ ଥାନାରେ ଜଣାଇଥିଲେ । ରାଚିଂ ବସଷ୍ଟାଣ୍ଡର କିଛି ଦୋକାନି ଝିଅଟିକୁ ଖାଇବାକୁ ଦେଇ ନାବାଳିକା ଟିକୁ ରାଚିଂ ପୁଲିସ ଜିମା ଦେଇଥିଲେ । ରାଚିଂ ପୁଲିସ ସବୁ ଘଟଣା ଜାଣିବା ପରେ ମାଲକାନଗିରି ଓରକେଲ ଥାନା ପୁଲିସଙ୍କୁ ଜଣାଇ ନାବାଳିକା ଟିକୁ ମହିଳା ଥାନାରେ ରଖିଥିଲେ । ଓରକେଲ ଥାନା ପୁଲିସ ରାଚିଂ ଯାଇ ନାବାଳିକା କୁ ସେଠାରୁ ଉଦ୍ଧାର କରି ମାଲକାନଗିରି କୁ ଆଣି ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରିବା ପରେ ସିଡବ୍ଲୁସି ପକ୍ଷରୁ ଉଦ୍ଧାର ନାବାଳିକା କୁ ଶଖି ଗୃହରେ ରଖାଯାଇଥିଲା । ଆଜି ଜିଲ୍ଲା ଶିଶୁ ମଙ୍ଗଳ କମଟି ପକ୍ଷରୁ ନାବାଳିକାର ବାପା ଲକ୍ଷ୍‌ମଣ ସିସା ଓ ମା ଚଚଂଳା ସିସା ଙ୍କୁ ସିଡବ୍ଲୁସି କାର୍ଯ୍ୟାଳୟକୁ ଡାକିଥିଲେ । ଜିଲ୍ଲାଶିଶୁ ମଙ୍ଗଳ କମଟିର ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ, ସଭ୍ୟା ଚୁମୁକି ବେହେରା,ସଭ୍ୟ ଦିନବନ୍ଧୁ ଦାଶ, ସୁନାକରପାଳ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ କାଉସିଲିଂ କରି ବୁଝାଇଥିଲେ । ଉଭୟ ଆଉ ଝଗଡା ଲାଗିବେ ନାହିଁ,ସେମାନେ ଏକାଠି ରହିବେ ବୋଲି ଲିଖିତଦରଖାସ୍ତ ଦେବାପରେ ରାଚିଂରୁ ଉଦ୍ଧାରହେଇଥିବା ନାବାଳିକା ଝିଅ ଙ୍କୁ ସିଡବ୍ଲୁସି ଆଜି ବାପା ମାଙ୍କୁ ହସ୍ତାନ୍ତର କରିଛନ୍ତି । ନାବାଳିକା ଟି ର ସମସ୍ତ ପାଠପଢା ଖର୍ଚ ଓ ସେମାନଙ୍କ ପରିବାର ଙ୍କୁ ସରକାରି ସହାୟତା ଯୋଗାଇ ଦିଆଯିବ ବୋଲି ସିଡବ୍ଲୁସି ଚେୟାରମେନ ଶ୍ରୀ ଏ.କେ.ପଟନାୟକ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.