ad
ଓଡ଼ିଶା

ବାତ୍ୟା ସତର୍କତା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ସୂଚନା ଦେଲା ନାହିଁଁ

ରାୟଗଡା ତା-୧୧/୧୦/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ସାରା ରାଜ୍ୟ ତିତଲିକୁ ନେଇ ଆତଙ୍କିତ ଥିବାବେଳେ ସମ୍ଭାବ୍ୟ ବାତ୍ୟା ଏବଂ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସ ପକ୍ଷରୁ କୌଣସି ସୂଚନା ନାହିଁ। ତୁହାକୁ ତୁହା ପବନ ଆଉ ବର୍ଷାକୁ ନେଇ ଜିଲ୍ଲାରେ ଲୋକ ଭୟଭୀତ ହୋଇ ସମୟ କାଟୁଛନ୍ତି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଜିଲାପାଳ ସୋସିଆଲ ମିଡ଼ିଆର ଏକ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଅଣଦେଖା କରିଛନ୍ତି। ସାମୁଦ୍ରିକ ଝଡ଼କୁ ନେଇ ରାଜ୍ୟ ସ୍ବାର୍ଥରେ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଘନଘନ ବୈଠକ ଚାଲିଛି ଓ ସରକାରଙ୍କ ଲକ୍ଷ୍ୟ ଜଣକୁ ମଧ୍ୟ ପ୍ରାଣହାନି ହେବାକୁ ଦିଆଯିବନାହିଁ। ତେବେ ସବୁ ଆକସ୍ମିକ ଦୁର୍ବିପାକରେ ମୁକାବଲା ପାଇଁ ପ୍ରସ୍ତୁତ ରାୟଗଡା ଜିଲ୍ଲା ପ୍ରଶାସନ ଏଥରକ ନୀରବ ରହିଥିବା ପରିଲିଖିତ ହୋଇଛି। କୌଣସି ସ୍ଥାନରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଡେଣ୍ଡୁରା ପିଟାଯାଇନାହିଁ କି କୌଣସି ସୂଚନା ବି ପ୍ରଦାନ କରାଯାଇନାହିଁ। ପ୍ରଶାସନର ଜରୁରୀ କଳୀନ କାର୍ଯ୍ୟାଳୟର ଭୂମିକା ସ୍ଥାଣୁ ରହିଥିବା ଦେଖିବାକୁ ମିଳିଛି। ସହର ଓ ସହରବାହାରେ (ଗ୍ରାମାଞ୍ଚଳ) ଥିବା ଲୋକେ ଆପତ୍ତି ବେଳେ କାହାସହ ଯୋଗାଯୋଗ କରିବେ ବୋଲି ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ୫୦ ରୁ ୬୦ କିଲୋମିଟର ବେଗରେ ବାତ୍ୟା ପବନ ଆଉ ବର୍ଷା ଆଉ ନୀରବ ପ୍ରଶାସନକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି। ବିଡମ୍ବନାର ବିଷୟ ଯେ ଏଭଳି ପ୍ରାକୃତିକ ଦୁଃସ୍ଥିତି ବେଳେ ସେ ଚିନ୍ତା ନକରି ସହରର ଜଣେ ବ୍ୟକ୍ତିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା କାଳ୍ପନିକ ଜଗତରେ ଉପଲବ୍ଧ ” ସିଟି ଡେଭେଲପମେଣ୍ଟ କମିଟି ” ନାମଧେୟ ଏକ ହ୍ବାଟସ୍ଆପ୍ ଗ୍ରୁପ୍ ର ବୁଧବାର ରାତି ପର୍ଯ୍ୟନ୍ତ ଜିଲାପାଳ ଗୁହା ପୁନମ ତାପସ କୁମାର ଅତିଥି ରୂପେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ରାଜ୍ୟର ସବୁ ନେତା, ମନ୍ତ୍ରୀ ଏବଂ ଆଧିକାରୀ ମାନେ ଲୋକଙ୍କ ନିକଟରେ ରହି ସୁରକ୍ଷାର କଥା ଚିନ୍ତା କରୁଥିବା ବେଳେ ସାଂସଦ ଏନ.ଭାସ୍କର ରାଓ, ଶିକ୍ଷାବିତ ଡ଼.ଦୁଷ୍ମନ୍ତ ମହାନ୍ତିଙ୍କ ସହ ମଞ୍ଚାସୀନ ହୋଇ ସହରର କିଭଳି ବିକାଶ କଥା ଚିନ୍ତା କରୁଥିଲେ ବୋଲି ଜିଲ୍ଲାରେ ଆଲୋଚନା ଆରମ୍ଭ ହୋଇଛି। ବାତ୍ୟାକୁ ନେଇ ଜିଲ୍ଲାବାସୀ ତ୍ରାହି ତ୍ରାହି କହୁଥିବା ବେଳେ ସମସ୍ୟାକୁ ନେଇ ପ୍ରତିକାରର ଚିନ୍ତା କରୁଥିବା ଜିଲ୍ଲାପାଳ ହଠାତ ଲୋକଙ୍କୁ ଅଣଦେଖା କାହିଁକି ବୋଲି ଜଣେ ଆରକୁ ପଚାରୁଥିବା ଶୁଣିବାକୁ ମିଳିଛି। ବାତ୍ୟାର ପ୍ରଭାବରେ ବଡ଼ ବଡ଼ ଗଛ ପଡିଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟପଡି ତାର ଛିଣ୍ତିଥିବା ସୂଚନା ମିଳିଛି। ଗଛପଡି ରାୟଗଡା ଗୁଣପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସହରରେ ପ୍ରତି ଗଳିରେ ଗଛପଢି ଯାତାୟାତରେ ବାଧାସୃଷ୍ଟି ହେଉଛି। କୌଣସି ସ୍ଥାନରେ ଓଡ୍ରାଫ ଟିମ ବା ସହାୟତା ଦଳ ପହଞ୍ଚିନାହାନ୍ତି। ଲୋକଙ୍କ ଠାରେ ଏଭଳି ବିପତ୍ତି ସମୟରେ ମାତ୍ର ୨୦ଜଣ ଲୋକଙ୍କୁ ନେଇ ଜିଲାପାଳ ସମୟ କଟାଉଥିବା ଜିଲ୍ଲାର ବିକାଶ ପାଇଁ ଅଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଅପରପକ୍ଷରେ ଆଦିବାସୀଙ୍କ ସହ ରହି ଦୁଃଖକଷ୍ଟ ବାଣ୍ଟି ଆସୁଥିବା ଆଦିବାସୀ ନେତା ବସନ୍ତ ଉଲାକା ଜିଲାପାଳଙ୍କ ଏକତରଫା କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ ଲୋକଙ୍କ ସ୍ବାର୍ଥପାଇଁ ନୁହେଁ ଶାସକ ଦଳପାଇଁ କାମ କରୁଛନ୍ତି। ଅତିଶୀଘ୍ର ଆଦିବାସୀ ମାନେ ରାସ୍ତା ଉପରକୁ ଆସି ଜିଲାପାଳ ହଟାଅ, ଜିଲ୍ଲା ବଞ୍ଚାଅ ଆନ୍ଦୋଳନ କରିବାକୁ ସ୍ଥିର କରିଥିବା ସୋସିଆଲ ମିଡ଼ିଆରେ ଉଲାକା ଲେଖିଛନ୍ତି। ସେପରି ଲୋକ ପ୍ରତିନିଧି ସାଂସଦ ଜଣେ ସୁଦ୍ଧା ହୋଟେଲରେ ବସି ଭାଷଣବାଜିରେ ସମୟ ବ୍ୟୟ କରୁଥିବା ଦେଖି ରାୟଗଡା ଜିଲ୍ଲାବାସୀଙ୍କ ନିଦ ହଜିଯାଇଛି, କାରଣ ବାତ୍ୟା ପରିସ୍ଥିତି କିପରି ମୁକାବିଲା କରିବେ ସେ ନେଇ ସେମାନେ ନିଜେ ନିଜେ ଚିନ୍ତିତ ହେବା ଛଡା ଆଉ କେହି ଉପରିସ୍ଥ କାହାନ୍ତି ? ଯେଉଁମାନେ ଏହି ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ଓ ସମାଧାନର ମଙ୍ଗ ଧରିବା କଥା, ସେମାନେ ଏହା ନକରି ରାଜନୈତିକ ଦଳର ନେତାମାନଙ୍କୁ ଉନ୍ନୟନ କାମ କରିବା ଭେଳିକି ଦେଖାଇ ପୁରସ୍କାର ହାତେଇବାର ମସୁଧାରେ ଲାଗି ପଡିଥିବା ଦେଖାଯାଉଛି। କିନ୍ତୁ ରାୟଗଡା ଜିଲ୍ଲାର ଉନ୍ନୟନ କାମ ବହୁ ପଛରେ ପଡିଛି ବୋଲି ଯୁବ ବିକାଶ ପରିଷଦ ଆବାହକ ଶିବାଜୀ ଦାଶ କହିଛନ୍ତି। ବାତ୍ୟାକୁ ନେଇ ଜିଲାପାଳଙ୍କ ଉଦାସୀନତା ଏବଂ ପୂର୍ବ ଦିନ ସାମାଜିକ ଗଣମାଧ୍ୟମରେ ଜିଲାପାଳଙ୍କ କାର୍ଯ୍ୟକୁ ନେଇ ବିରୋଧାଭାସ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top