ad
ଜିଲ୍ଲା ପରିକ୍ରମା

ବାତ୍ୟା ‘ଅମ୍ଫନ’ ଯୋଗୁଁ ୬୪.୭ କୋଟି ଟଙ୍କାର କ୍ଷୟକ୍ଷତି : ଏସ୍‌ଆରସିଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବାତ୍ୟା ଅମ୍ଫନ ଭଦ୍ରକ ଜିଲାରେ ୬୪ କୋଟି ୭ ଲକ୍ଷ ୯୮ ହଜାର ଟଙ୍କାର କ୍ଷୟକ୍ଷତି ଘଟାଇଥିବା ଚୂଡାନ୍ତ ରିପୋର୍ଟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରଦାନ କରାଯାଇଛି । ଏହି କ୍ଷୟକ୍ଷତି ମଧ୍ୟରୁ ୬୩ କୋଟି ୯୭ ଲକ୍ଷ ୧୭ ହଜାର ୭ ଶହ ଟଙ୍କା ସାଧାରଣ ସଂପତ୍ତି ନଷ୍ଟ ହୋଇଥିବାବେଳେ ବାତ୍ୟା ପ୍ରଭାବରେ ୧୪ ଲକ୍ଷ ୯୮ ହଜାର ଟଙ୍କାର ଚାଷ ଶସ୍ୟହାନୀ ଟଙ୍କା ଘଟିଛି । ସେହିପରି ବାତ୍ୟାରେ ୧୦ ଲକ୍ଷ ୮୧ ହଜାର ୫ ଶହ ଟଙ୍କାର ବାସଗୃହ କ୍ଷୟକ୍ଷତି ହୋଥିବା ବାତ୍ୟା ସଂପର୍କିତ ଚୂଡାନ୍ତ ରିପୋର୍ଟରେ ଦର୍ଶାଯାଇଛି । ଅମ୍ଫନ ଜିଲାର ୭ଟି ବ୍ଲକ୍ ଓ ୪ଟି ସହରାଞ୍ଚଳର ୧୩୭୦ ଗାଁ ଓ ୮୦ ଟି ୱାର୍ଡର ୭ ଲକ୍ଷ ୫୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି । ବାତ୍ୟା ଜିଲାର କୃଷିକୁ ବିଶେଷ ଭାବେ ପ୍ରଭାବିତ କରିନାହିଁ । ମାତ୍ର ୧୧୧ ହେକ୍ଟର ଚାଷ ଜମିର ୩୩ ପ୍ରତିଶତରୁ ଅଧିକ ଶସ୍ୟହାନୀ ଘଟାଇଥିବା ଆକଳନ କରାଯାଇଛି । ଶସ୍ୟହାନୀ ଘଟିଥିବା ପଂଚାୟତ ଗୁଡିକ ହେଲା ଧାମନଗର ବ୍ଲକ୍‌ର କଲ୍ୟାଣୀ (୦.୦୫୦ ହେକ୍ଟର), ଚୁଡାକୁଟି (୦.୫୦ ହେକ୍ଟର), ଧାମନଗର ଏନ୍‌ଏସିର ଶାମପୁର (୨ ହେକ୍ଟର), ବାସୁଦେବପୁର ବ୍ଲକ୍ ଇରମ ପଂଚାୟତ ଦାମୋଦରପୁର ଗାଁ (୧୦ ହେକ୍ଟର), ଏସ୍‌ଏସ୍ପୁର (୮ ହେକ୍ଟର), ବଇର୍ଚା (୨ ହେକ୍ଟର), ୩ଟି ଗାଁ, ଅଢୁଆଁ ପଂଚାୟତ ଓଲଗଡିଆ (୧୫ ହେକ୍ଟର), ଅରୁହାଁ ପଂଚାୟତ ଅରୁହାଁ (୨୦ ହେକ୍ଟର), ଗୋବିନ୍ଦବିନ୍ଧା (୧୦ ହେକ୍ଟର), ତୁଟାମତୁଲା (୧୦ ହେକ୍ଟର), ୩ଟି ଗାଁ, ନୂଆଗାଁ ପଂଚାୟତ ନୂଆଗାଁ (୨୦ ହେକ୍ଟର), ଗୁହାଡ (୧୦ ହେକ୍ଟର) ଓ ଅନ୍ତରା (୩ ହେକ୍ଟର) ସମୁଦାୟ ୧୩ ଟି ଗାଁର ୧୧୧ ହେକ୍ଟର ଚାଷ ଜମିର ୩୩ ପ୍ରତିଶତରୁ ଅଧିକ ଶସ୍ୟହାନୀର ଆକଳନ କରାଯାଇଛି । ସେହିପରି ବାତ୍ୟା ଅମ୍ଫନ ପ୍ରଭାବରେ ୩୫ଟି କଚ୍ଚାଘର ଆଂଶିକ, ୫ଟି କୁଡିଆ ଘର ଓ ୧୨ଟି ଗୁହାଳଘର ନଷ୍ଟ ହୋଇଛି । ଚାନ୍ଦବାଲି ବ୍ଲକ୍‌ର ୪୫ଟି କଚ୍ଚାଘର ଆଂଶିକ ନଷ୍ଟ ହୋଇଥିବାବେଳେ ଗୋଡିଏ କୁଡିଆଘର ଓ ୬ଟି ଗୁହାଳ ଘର ନଷ୍ଟ ହୋଇଛି । ସେହିପରି ଧାମନଗର ବ୍ଲକ୍‌ରେ ୩୫ଟି ପକ୍କାଘର ଆଂଶିକ ନଷ୍ଟ ହୋଇଥିବାବେଳେ ଗୋଟିଏ କୁଡିଆଘର ଓ ୬ଟି ଗୁହାଳ ଘର ନଷ୍ଟ ହୋଇଛି । ସେହିପରି ଧାମନଗର ବ୍ଲକ୍‌ରେ ୩୫ଟି ପକ୍କାଘର ଆଂଶିକ ନଷ୍ଟ ହୋଇଥିବାବେଳେ ତିହିଡି ବ୍ଲକ୍‌ର ୨ କଚ୍ଚାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରଭାବିତ ୩୧ ହଜାର ୧୭ ହିତାଧିକାରୀଙ୍କୁ ୫୬୧ ଟି ରିଲିପ୍ କ୍ୟାମ୍ଫରେ ରଖାଯାଇ ୨ ଦିନ ଧରି ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏହାବ୍ୟତୀତ ୨ ଦିନ ଧରି ପ୍ରଭାବିତ ଲୋକଙ୍କୁ ୧୨.୪୦ କ୍ୱିଣ୍ଟାଲ ଚୁଡା, ୨.୪୬ କ୍ୱିଣ୍ଟାଲ ଗୁଡ ସହ ୩୦ କାର୍ଟୁନ ବିସ୍କୁଟ ଦିଆଯାଇଛି । ୮ଟି ମେଡିକାଲ ଟିମ୍ ବାତ୍ୟା ପରିସ୍ଥିର ମୁକାବିଲା ପାଇଁ ନିୟୋଜିତ ହୋଇଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top