ad
ଓଡ଼ିଶା

ବାଣୀପୀଠ ପକ୍ଷରୁ “ଜ୍ୟୋତି ସମ୍ମାନ”ରେ ସମ୍ମାନିତ ହେଲେ ନିରଞ୍ଜନ ମହାନ୍ତ

ହରିଚନ୍ଦନପୁର ୧ ଅପ୍ରେଲ୍ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ବିନିଦା ଗ୍ରାମର ସୁପ୍ରତିଷ୍ଠିତ ଯୁବ ପାଲା ଗାୟକ, ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି ନିରଞ୍ଜନ ମହାନ୍ତଙ୍କୁ ମୟୁରଭଞ୍ଜ ଜିଲ୍ଲାର ବାଣୀପୀଠ ଅନୁଷ୍ଠାନ ପକ୍ଷରୁ “ଜ୍ୟୋତି ସମ୍ମାନ” ରେ ସମ୍ମାନିତ କରାଯାଇଛି। ଖବର ଅନୁଯାୟୀ ବାରିପଦା ସହର ଠାରୁ ୪୦ କିଲୋମିଟର ଦୂରରେ ରହିଥିବା ନୂଆସାହି ଠାରେ ଆୟୋଜିତ ବାଣୀପୀଠର ୩୯ ତମ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହରେ କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ସମାଜସେବା, ସାମ୍ବାଦିକତା, ଜନକଲ୍ୟାଣ କାର୍ଯ୍ୟ ଓ ବିଭିନ୍ନ ସାରସ୍ବତ ସାଧନା କ୍ଷେତ୍ରରେ ଅର୍ଜନ କରିଥିବା ସୁନାମର ବହୁମୁଖୀ ପ୍ରତିଭାଙ୍କୁ ସମ୍ମାନ ଜଣାଇଥିଲେ। ଏଥିସହ ଶ୍ରୀ ମହାନ୍ତଙ୍କୁ ପଦକ, ଜ୍ୟୋତି ସମ୍ମାନର ମାନପତ୍ର, ଟ୍ରଫି ଓ ଉତରୀୟ ଦେଇ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପଣ୍ଡିତ ଲକ୍ଷ୍ମୀଧର ରାଉତ, ସମ୍ପାଦକ କୁମାର ବାବୁଲି ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏଥିସହ ଓଡିଶାର ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି ଡଃ ହୁସେନ୍ ରବିଗାନ୍ଧୀ ମୁଖ୍ୟବକ୍ତା ଆର୍ଯ୍ୟକବି ପଣ୍ଡିତ ଡଃ ପ୍ରମୋଦ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ବାରିପଦାର ଡଃ ନୀଳକଣ୍ଠ ମିଶ୍ର ଖୋର୍ଦ୍ଧାର ଡଃ ରବିନାରାୟଣ ରଥ ଭୁବନେଶ୍ବର ପ୍ରଫେସର ଡଃ ରାଜଲକ୍ଷ୍ମୀ ପଣ୍ଡା ମଞ୍ଚ ପରିଚାଳକ ବଙ୍କିମ ଚନ୍ଦ୍ର ବାରିକ ପ୍ରମୁଖଙ୍କ ସମେତ ଅଭ୍ୟର୍ଥନା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଗତମାସ ଶିବରାତ୍ରି ଅବସରରେ ‘ଶିବମ୍’ ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସଂସ୍କୃତି ମହୋତ୍ସବରେ ଶ୍ରୀମହାନ୍ତ ପାଲାକଳାର ନିପୁଣତା ପାଇଁ ଭଦ୍ରକ ଜିଲ୍ଲାର ସୋହଡା ଠାରେ ‘ବାଣୀଶ୍ରୀ’ ସମ୍ମାନରେ ସମ୍ମାନୀତ ହୋଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top