Home କେନ୍ଦୁଝର ବାକି ନଦେବାରୁ ଦୋକାନୀଙ୍କୁ ମାଡ

ବାକି ନଦେବାରୁ ଦୋକାନୀଙ୍କୁ ମାଡ

98

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଗିରିଗାଁ ଗ୍ରାମରେ ଜଣେ ବ୍ୟବସାୟୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗିରିଗାଁ ଗ୍ରାମର ଶଙ୍କର୍ଷଣ ଜେନା ନାମକ ଜଣ ବ୍ୟକ୍ତି ଗାଁରେ ଏକ କୁକୁଡା ଦୋକାନ ଦେଇଛନ୍ତି । ସେ ଆଜି ସକାଳୁ ସକାଳୁ ୫କିଲୋ କୁକୁଡାମାଂସ କାଟି ରଖିଥିବାବେଳେ ଗାଁର ଜଣେ ବ୍ୟକ୍ତି ଆସି ତାଙ୍କୁ ୨କିଲୋ କୁକୁଡା ମାଂସ ବାକି ମାଗିଥିଲା । ମାତ୍ର ଦୋକାନୀ ଜଣକ ବଇନି ହୋଇ ନଥିବା କହିବା ଓ ମାସଂ ବାକି ନଦେବାରୁ ଗ୍ରାହକ ଜଣକ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଶଙ୍କର୍ଷଣକୁ ମାଡ ମାରିବା ସହ କଟାହୋଇ ରଖାଯାଇଥିବା କୁକୁଡା ମାସଂକୁ ଫୋପାଡି ଦେଇଥିଲେ । ଶଙ୍କର୍ଷଣ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.