Home କେନ୍ଦୁଝର ବାଇକ ବୋଲେରୋ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ବାଇକ ବୋଲେରୋ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

38

ହାଟଡିହି-୨୬ / ୪, (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥରେ ଏବେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ବିଶେଷକରି ଦ୍ରୁତଗତିରେ ଗାଡି ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଜଣାଯାଇଛି। ଗତକାଲି ରାତିରେ ବଞ୍ଚୋଛକରେ ବାଇକ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବରରୁ ଜରାଯାଇଛି ଯେ ଇଞ୍ଚୋଳ ଗ୍ରାମର ଦେବେନ୍ଦ୍ର ଯେନା, ସୁରେଶ ଯେନା ଓ ଜଳସରପୁର ଗ୍ରାମର ପବିତ୍ର ଯେନା ତିନିଜଣ ଯାକ ଏକ ବାଇକରେ ଆନନ୍ଦପୁର ଆଡକୁ ଯାଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ବୋଲେରୋ ଗାଡି ସହିତ ମୁହାଁ ମୁହିଁ ଧକ୍କା ହୋିଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାପସ ଯୋଗେ ଆନନ୍ଦପୁର ଉପଖଶ୍‌ଡ ଚିକିତ୍ସାଳୟ୍ରକୁ ପଠାଇଥିଲେ। ସମସ୍ତଙ୍କ ଅବସ୍ଥା ଉଦବେଗ ଜନକ ଥିବାରୁ ସେମାନଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୁରେଶ ଯେନାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ସେଠାରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ସୁରେଶର ମୃତଦେହ ଇଞ୍ଚୋଳରେ ପହଞ୍ଚିବାପରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ଶଶ୍ମିତା ମହାପାତ୍ରଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକାକୂଳ ପରରିବାରକୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.