Home ଜିଲ୍ଲା ପରିକ୍ରମା ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍‌; ୨ ଗିରଫ

ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍‌; ୨ ଗିରଫ

92

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାରଦିନ ରାତିରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲିଂ ଚାଲୁରହିଥିବାବେଳେ ରାଜପଥରେ ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍ କରୁଥିବା ଦୁଇଜଣ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ଏଠାରେ ସୂଚନାଯୋଗ୍ୟ ଜାତୀୟ ରାଜପଥ ୧୬ ଆରଡି ଛକ ନିକଟରେ ଗେଲପୁର ନିବାସୀ ମହେଶ୍ୱର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଯୁବକ ଦୁଇଜଣ ବାଇକ୍‌ରେ ଆସି ତାଙ୍କର ମୋବାଇଲ୍ ଫୋନ୍ ଓ ହଜାରେ ଟଙ୍କା ଛଡାଇ ନେଇଥିଲେ। ଏହି ଘଟଣାରେ ପୁଲିସ୍ ରାତ୍ରୀକାଳୀନ ପାଟ୍ରୋଲିଂକୁ କଡାକଡି କରିଥିବାବେଳେ ସାମରାଇପୁରର ହରମୋହନ ଜେନାଙ୍କ ପୁତ୍ର ରତନ (୨୩) ଓ କାହ୍ନୁଚରଣ ଜେନାଙ୍କ ପୁତ୍ର ରାଧାକାନ୍ତ (୩୩) କୁ ଗିରଫ କରିଥିଲା। ଏବଂ ଏହି ଘଟଣାରେ କେଶ୍ ନଂ ୫୮୩/୨୦, ଦଫା ୩୯୪ ମୂଳେ ୨ ଜଣଙ୍କୁ ଗିରଫ କରି ତାଙ୍କ ନିକଟରୁ ଲୁଟ୍ ହୋଇଥିବା ମୋବାଇଲ୍ ଜବତ କରାଯାଇଥିବାବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.