Home ଓଡ଼ିଶା ବାଂଶପାଣି ଗୋଷ୍ଠୀ ସଂଘର୍ଷ ଘଟଣାରେ ୯ ଗିରଫ

ବାଂଶପାଣି ଗୋଷ୍ଠୀ ସଂଘର୍ଷ ଘଟଣାରେ ୯ ଗିରଫ

68

ଯୋଡା, ୧୫/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାଂଶପାଣି ଠାରେ ରେଳ ବୋଝେଇକୁ କେନ୍ଦ୍ର କରି ଗତ ୧୧ ତାରିଖ ବିଳମ୍ବିତ ରାତ୍ରୀରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଯୋଡା ପୁଲିସ ମଙ୍ଗଳବାର ଦିନ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ସଂଘର୍ଷ ସମୟରେ କୁନା ପାତ୍ର ନାମକ ଜଣେ ବ୍ୟକ୍ତିର ଘରଟିକୁ ଦୁର୍ବୁତ୍ତମାନେ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିବା ବେଳେ ତାଙ୍କର ଏତଲାକୁ ଆଧାର କରି ପୁଲିସ ଚନ୍ଦ୍ର ମୁଣ୍ଡା (୨୨), ଗୁରୁ ଓରଫ ସୁରେଶ ଚନ୍ଦ୍ର ବେହେରା (୨୬), ଟିଟୁ ବେହେରା (୨୮), ଦିଲ୍ଲିପ ନାଏକ (୨୨), ସର୍ବେଶ୍ୱର ପୂର୍ତ୍ତି (୨୦), ରାଜା ପାତ୍ର (୨୨), ଗଙ୍ଗା ମୁଣ୍ଡା (୨୯)କୁ ଗିରଫ କରିଥିଲା । ଏମାନେ ସମସ୍ତେ ବାଂଶପାଣି ଅଞ୍ଚଳର ଲେଡି ଡନ୍ ଗୀତା ଚାତାରଙ୍କ ଗୋଷ୍ଠୀର ହୋଇଥିବା ବେଳେ ତାଙ୍କର ପୁଅ ଦିଲ୍ଲିପ ଚାତାର ଏହି ସଂଘର୍ଷରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଅପର ଗୋଷ୍ଠୀର ଦିଲ୍ଲିପ ଚାତାରଙ୍କ ସ୍ତ୍ରୀ ଲକ୍ଷ୍ମୀ ଚାତାରଙ୍କ ଏତଲା ଅନୁଯାୟୀ କୁଖ୍ୟାତ ଅପରାଧି ସନ୍ତୋଷ ସିଂଙ୍କ ଗୋଷ୍ଠୀର ମୁନା ପାତ୍ର(୩୫), ଘାସି ଓରଫ ସୁରେଶ କାରୁଆ (୨୫)କୁ ପୁଲିସ ଗିରଫ କରିଛି । ତେବେ ସନ୍ତୋଷ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରିତ କରାଯାଇଛି । କୁନା ପାତ୍ର ଏବଂ ମୁନା ପାତ୍ର ଦୁଇ ଭାଇ ହୋଇଥିବା ବେଳେ ଉଭୟ ପୃଥକ ଗୋଷ୍ଠୀର ଅନ୍ତର୍ଭୁକ୍ତ । ଏହି ଘଟଣାଟିରେ ବିପୁଳ ପରିମାଣରେ ମାରଣାସ୍ତ୍ର ମଧ୍ୟ ପୁଲିସ ଜବତ କରିଛି । ସୂଚନାରୁ ପ୍ରକାଶ ଯେ, ଗତ ୧୧ ତାରିଖ ବିଳମ୍ବିତ ରାତ୍ରି ରେ ବାଂଶପାଣି ରେଳ ସାଇଡିଂରେ ରେଳ ବୋଝେଇ ଓ ସମତୁଲ କାର୍ଯ୍ୟ କରିବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ପୂର୍ବରୁ ଏହି କାର୍ଯ୍ୟ ଗୀତା ଚାତାର ଗୋଷ୍ଠୀ ବହୁ ବର୍ଷ ଧରି କରିଆସୁଥିବା ବେଳେ ସନ୍ତୋଷ ସିଂଙ୍କ ଅନ୍ୟ ଏକ ଗୋଷ୍ଠୀ ଏହି କାର୍ଯ୍ୟଟିକୁ ହାତେଇବା ପାଇଁ ଅପରଗୋଷ୍ଠୀକୁ ଏହି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ଧମକ ଦେଇ ଆସୁଥିଲେ । ତେବେ ଏହି ଗୋଷ୍ଠୀ ବିବାଦ ଗତ ୧୧ ତାରିଖ ରାତ୍ରୀରେ ଉଗ୍ରରୂପ ଧାରଣ କରିଥିଲା । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ଉଭୟ ଗୋଷ୍ଠୀ ଲୁହା ରଡ, ଛୁରୀ, ଖଣ୍ଡା, ଫାର୍ସା ଏବଂ ବନ୍ଧୁକ ଧରି ଉଭୟ ଉଭୟଙ୍କୁ ସଂଘବଦ୍ଧ ଭାବେ ମରଣନ୍ତାକ ଆକ୍ରମଣ କରିଥିଲେ । ଏପରିକି କିଛି ସମୟ ପାଇଁ ଏହି ରେଳ ସାଇଡିଂ ଟି ରଣାଙ୍ଗନରେ ପରିଣତ ହୋଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ୩ଟି ମୋଟର ସାଇକେଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଗିରଫ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.