Home ଜିଲ୍ଲା ପରିକ୍ରମା ବଳାଜିତପଡାରେ ଭୟାବହ ଅଗ୍ନିକାଣ୍ଡ, ୧୦ ବଖରା ପୋଡି ପାଉଁଶ

ବଳାଜିତପଡାରେ ଭୟାବହ ଅଗ୍ନିକାଣ୍ଡ, ୧୦ ବଖରା ପୋଡି ପାଉଁଶ

24

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଏହି ବ୍ଲକ୍‌ର କଲେଇ ପଂଚାୟତ ବଳାଜିତପଡାସ୍ଥିତ ସ୍ୱାଇଁସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଇଛି, ଏହି ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ, ଅନୀଲ ସ୍ୱାଇଁ, ବବିଲତା ସ୍ୱାଇଁ ଓ ବବିରାଣୀ ସ୍ୱାଇଁଙ୍କ ପରିବାର ରାତିରେ ଖାଇପିଇ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମାତ୍ର ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଏହି ପରିବାର ସେମାନଙ୍କର କୌଣସି ଆସବାବ ପତ୍ର ଉଦ୍ଧାର କରିପାରିନଥିଲେ । ଖବରପାଇ ଭଦ୍ରକରୁ ଦୁଇଟି ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମସ୍ତ ସଂପତ୍ତି ସେତବେଳକୁ ପୋଡି ସାରିଥିଲା । ଏହି ଖବର ପାଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ମିନତୀ ପରିଡା, ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ଯୁବ ସମାଜସେବୀ ତୁଷାରକାନ୍ତି ପରିଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନି ବିପନ୍ନଙ୍କୁ ପଲିଥିନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.