Home ଜିଲ୍ଲା ପରିକ୍ରମା ବଲେରୋ ସହ ମଦ ଜବଦ : ୩ଗିରଫ

ବଲେରୋ ସହ ମଦ ଜବଦ : ୩ଗିରଫ

211

ବାହାନଗା, ୩୦ା୫(ଭାରତୀ ଦାସ, ଓଡ଼ିଆପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାଲେଶ୍ୱର- ବାସୁଦେବପୁର ନିମିକ ରୋଡ଼ ସାହାସପୁରା ଛକ ନିକଟରୁ ଏକ ମଦ ବୋଝେଇ ବଲେରୋ ଗୋପାଳପୁର ଫାଣ୍ଡି ପୋଲିସ ଦ୍ୱାରା ଜବଦ କରାଯାଇଛି । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଏକ ମଦ ବୁଝେଇ ବଲେରୋ (ଓଆର ୦୧ ଏନ – ୯୧୯୦) ୩ଶହ ଲିଟର ମଦ ବୁଝେଇ କରି ବାଲେଶ୍ୱର ରୁ ବାହାରି ବାସୁଦେବପୁର ଆଡ଼କୁ ନେଇ ଯାଉଥିଲା । ଗୋପାଳପୁର ଫାଣ୍ଡି ପୋଲିସ ଖବର ପାଇ ତାକୁ ପିଛା କରିଥିଲେ । ଫଳରେ ବଲେରୋଟି ଦୃତ ଗତିରେ ଯାଇ ସାହାସପୁରା ଛକ ନିକଟରେ ଭାରସାମ୍ୟ ହରାଇ ନୟନଯୋରୀକୁ ଗଡ଼ି ପଡ଼ିଥିଲା । ଫଳରେ ଗୋପାଳପୁର ଫାଣ୍ଡି ଅଧିକାରୀ ବାଶୀଧର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ମଦ ଜବଦ କରିବା ସହ ଡ୍ରାଇଭର ସମେତ ତିନିଜଣ ସେକ ଆଲାମ, ସେକ ଜାଗିର, ସେକ ହବିବୁଲାକୁ ଗିରଫ କରିବା ସହ ଗାଡ଼ିକୁ କ୍ରେନ ସାହାଯ୍ୟରେ ଉଠାଇ ଫାଣ୍ଡିକୁ ଆଣିଥିଲେ । ଏକ ମାମଲା ରୁଜୁ କରି ତିନି ଜଣକୁ କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.