Home ଓଡ଼ିଶା ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଅଦ୍ଭୁତ ଶିଶୁ ଜନ୍ମ

ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତରଖାନାରେ ଅଦ୍ଭୁତ ଶିଶୁ ଜନ୍ମ

354

ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜ଼ୀଲ୍ଲା ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ସନ୍ତୋସିନୀ ବାଗ ନାମକ ଜଣେ ଗର୍ଭବତୀ ମହିଳା ଏକ ଅଦ୍ଭୂତ ଶିଶୁକୁ ଜନ୍ମ ଦେଇଛନ୍ତି। ବୁଧବାର ସକାଳ ୫ଘଣ୍ଟା ସମୟରେ ପ୍ରସବ ପାଇଁ ସନ୍ତୋସିନୀ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ଆସିଥିଲେ। ତେବେ କିଛି ସମୟ ପରେ ଏକ ଶିଶୁ ଜନ୍ମ ଗ୍ରହଣ କରିଥିଲା। ଉକ୍ତ ନବ ଜନ୍ମିତ ଶିଶୁର ମଳ ଦ୍ୱାର ଓ ମୂତ୍ର ଦ୍ୱାର ନ ଥିବା ବେଳେ ଗୋଟିଏ ଗୋଡ଼ ଜଙ୍ଘ ଠାରୁ ସମ୍ପୂର୍ଣ୍ଣ ନ ଥିବା ଦେଖିବାକୁ ମିଳିଥିଲା।

ତେବେ ଏ ନେଇ ସନ୍ତୋସିନୀ ଓ ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରଥମରୁ ଠିକ ସମୟରେ ଚିକିତ୍ସା କରାଯାଇ ଆସୁଥିଲା। ବର୍ତ୍ତମାନ ଜନ୍ମ ସମୟରେ ଶିଶୁର ପରିସ୍ଥିତି ଏଭଳି କାହିଁକି ହେଲା ସେ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ଗଭୀର ଦୁଃଖ ପ୍ରକାଶ କରି ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗ ସହ ଉକ୍ତ ଶିଶୁର କିପରି ସଠିକ ଚିକିତ୍ସା କରାଯାଇ ପାରିବ ସେ ନେଇ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଗୁହାରୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.