Home ଓଡ଼ିଶା ବର୍ଷା ହେବା ପାଇଁ ବେଙ୍ଗ ବେଙ୍ଗୁଲି ର ବାହାଘର କଲେ ଆଦିବାସୀ

ବର୍ଷା ହେବା ପାଇଁ ବେଙ୍ଗ ବେଙ୍ଗୁଲି ର ବାହାଘର କଲେ ଆଦିବାସୀ

194

ମାଲକାନଗିରି,୩୧ା୭(ଓଡିଆ ପୁଅ ) ବିଶ୍ୱାସ ହେଉ ବା ଅନ୍ଧବିଶ୍ୱାସ ହେଉ ପରମ୍ପରା କୁ ଏବେ ବି ବଚାଂଇ ରଖିଛନ୍ତି ଆଦିବାସୀ ମାନେ । ବର୍ଷା ହେବା ପାଇଁ ବେଙ୍ଗ ଓ ବେଙ୍ଗୁଲି ଙ୍କୁ ବେଦିରେ ବସାଇ ଆଦିବାସୀ ରିତିନିତି ଅନୁସାରେ ବିବାହ କରିଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ମାନେ । ଏମିତି ଘଟଣା ଦେଖିବା ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ସଦର ବ୍ଲକ ସ୍ଥ ସେରପାଲି ଗ୍ରାମରେ । ସେରପାଲି ଅଚଂଳରେ ଦୀର୍ଘ ଦିନ ହେଲା ବର୍ଷା ଛାଡି ଯାଇଥିବାରୁ ଚାଷକାର୍ଯ୍ୟ ପଛେଇ ଯାଇଛି ।ବର୍ଷା ହେବାପାଇଁ ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜି ସେହିଗ୍ରାମରେ ଆଡମ୍ବର ପୂର୍ଣ୍ଣ ସହକାରେ ବେଙ୍ଗ ବେଙ୍ଗୁଲି ବାହାଘର ଗ୍ରାମବାସୀ ମାନେ କରିଛନ୍ତି । ଆଦିବାସୀ ପାରମ୍ପାରିକ ରିତି ନିତି ଅନୁସାରେ ଏହି ବାହାଘର ହୋଇଛିା ସକାଳେ ଗ୍ରାମର ମୁଖିଆ ଓ ପୁଜାରୀ ମାନେ ଜଙ୍ଗଲକୁ ଯାଇକି ମହୁଲ ମୁଣ୍ଡା ଆଣିଥିଲେ । ସେହି ମହୁଲ ମୁଣ୍ଡାକୁ ପୁଜାପାଠ କରି ବେଦିବାନ୍ଧଥିଲେ । ବାଜା ରୋଶଣି ରେ କିନଆ ଓ ବର ଯାତ୍ରୀ ମାନେ ବେଦି ନିକଟରେ ପହଁଚିଲା ପରେ ବର ବେଙ୍ଗ ଓ କନିଆ ବେଙ୍ଗୁଲି କୁ ହଳଦିପାଣିରେ ଗାଧୋଇଦେବା ସହିତ ବର ଓ କନିଆ ପକ୍ଷ ଲୋକଙ୍କ ଗୋଡକୁ ହଳଦିପାଣିରେ ଗ୍ରାମର ମହିଳା ମାନେ ଧୋଇଦେଇଥିଲେ । ଏହି ବାହାଘରରେ ବେଙ୍ଗକୁ ହାତରେ ଧରି ଗଣେଷ ଓଡି ବର କର୍ତା ସାଜିଥିବା ବେଳେ ବେଙ୍ଗୁଲି କୁ ହାତରେ ଧରି ପୂଣ୍ଣ ର୍ମା ମାଢି କନିଆ କର୍ତା ହୋଇ ବେଦିରେ ବସିି ବେଙ୍ଗ ଓ ବେଙ୍ଗୁଲି କୁ ବିବାହ ଦେଇଥିଲେ । ବେଙ୍ଗ ଓ ବେଙ୍ଗୁଲି ଙ୍କୁ ମଣିଷଙ୍କ ପରି ସଜାଇ ବେଦିରେ ବସାଇ ପୁଜାରୀ , ବ୍ରାହ୍ମଣ ମାନେ ମନ୍ତ୍ର ପାଠକରି ବିବାହ କରାଇଥିଲେ । ଆଦିବାସୀ ପରମ୍ପରା ଅନୁସାରେ ମହିଳା ଓ ପୁରୁଷ ମାନେ ଏହି ବିବାହ ଉତ୍ସବରେ ହାତ ଧରାଧରି ହୋଇ ଖୁସିରେ ଗୀତଗାଇ ନାଚିଥିଲେ । ଏହି ବେଙ୍ଗ ବେଙ୍ଗୁଲି ବାହାଘର ଦେଖିବା ପାଇଁ ଆଖପାଖ ଗ୍ରାମର ଶତାଧିକ ଲୋକ ମାନେ କୋଭିଡ ନିୟମ ପାଳନକରି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ବନ କରି ସେଠାରେ ଉପସ୍ଥିତ ଥିଲେ । ବିବାହ ପରେ ସମସ୍ତ ଗ୍ରାମବାସୀ ମାନେ ଏକତ୍ର ବସି ଭୋଜିଖାଇଥିଲେ । ବେଙ୍ଗ ବେଙ୍ଗୁଲି ବାହାଘର ଭୋଜି ଭାତ ଖାଇ ଗ୍ରାମବାସୀ ମାନେ ନିଜ ନିଜଘରକୁ ଫେରିବା ପରେ ଆଜି ସନ୍ଧ୍ୟାରେ ଇନ୍ଦ୍ରଦେବତା ସନ୍ତୁଷ୍ଟ ହୋଇ ବର୍ଷାକରିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.