Home ଜିଲ୍ଲା ପରିକ୍ରମା ବର୍ଷାରେ ହୁତୁହୁତୁ ହୋଇ ଜଳିଗଲା ଚୂନ ବୋଝେଇ ପିକ୍‌ଅପ୍

ବର୍ଷାରେ ହୁତୁହୁତୁ ହୋଇ ଜଳିଗଲା ଚୂନ ବୋଝେଇ ପିକ୍‌ଅପ୍

242

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ବଡବଜାର ନିକଟରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଚାନ୍ଦବାଲି-କେନ୍ଦ୍ରାପଡା ମୁଖ୍ୟ ରାସ୍ତାରେ ଯାଉଥିବା ଏକ ଚୂନ ବୋଝେଇ ପିକ୍‌ଅପ୍ ଗାଡି ହୁତୁ ହୁତୁ ହୋଇ ଜଳିଯାଇଛି । ତେବେ ଗାଡିରେ ଥିବା ଡ୍ରାଇଭର ଜଣକ ଗାଡିରୁ ଡେଇଁ ନିଜ ଜୀବନ ବଂଚାଇବାରେ ସକ୍ଷମ ହୋଇଛି । ତେବେ ବର୍ଷା ଜୋର ହେଉଥିବାରୁ ଚୂନରେ ନିଆଁ ଲାଗିଯାଇଥିଲା । ଫଳରେ ଓଡି-୨୨କ୍ୟୁ-୫୮୧୪ ନମ୍ବରର ପିକ୍‌ଅପ୍ ଭ୍ୟାନଟି ସମସ୍ତଙ୍କ ସମ୍ମୁଖରେ ଜଳିଯାଇଥିଲା । ଚୂନ ବ୍ରଷ୍ଟ କରୁଥିବାରୁ ମୁଖ୍ୟ ରାସ୍ତା ଦେଇ ଭୟରେ କୌଣସି ଗାଡି ଚଳାଚଳ କରିପାରିନଥିଲେ । ତେବେ ଗାଡିଟି ସଂପୂର୍ଣ୍ଣ ଜଳିଯାଇଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.