Home କନ୍ଧମାଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

123

ବାଲିଗୁଡ଼ା, ୨୫/୬ (ଓଡ଼ିଆ ପୁଅ/ଏସ୍.କେ.ପ୍ରାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍.ଏ.ସି. ତରଫରୁ ସ୍ଥାନୀୟ ସଭାଗୃହ ପରିସର ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନ୍.ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଲିମ୍ କାର୍ଯ୍ୟକ୍ରମରେ ଅତିଥି ଭାବେ ଫୁଲବାଣୀ ପରିମଳ ଅଧିକାରୀ ସିଦ୍ଦେଶ୍ୱର ନାୟକ, ବାଲିଗୁଡ଼ା ଏନ.ଏ.ସି. ଅଧ୍ୟକ୍ଷା ମମତା ବେହେରା, ପରିମଳ ଅଧିକାରୀ ରାଜକିଶୋର ସାହୁ, ଏନ୍.ଏ.ସି ଜେ.ଇ. ଅନିଲ୍ କୁମାର ସାହୁ, ମୁକେଶ ରଞ୍ଜନ ନାୟକ, ଅଭିମନ୍ୟୁ ପାଢ଼ୀ ପ୍ରମୁଖ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଉପସ୍ଥିତ ସ୍ଥାନୀୟ ଏନ୍.ଏ.ସିର ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ସହ ତାଲିମ୍ ପ୍ରଦାନ କରି ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରୀ ଷଢ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.