Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ରଠାରେ ସ୍ୱାଧୀନତା ଦିବସ ପାଳନ

ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ରଠାରେ ସ୍ୱାଧୀନତା ଦିବସ ପାଳନ

168

ନୟାଗଡ଼, ୧୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ଥାନୀୟ ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ର ଠାରେ ୭୪ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରମୋଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନପରେ ଶ୍ରୀ ପଟ୍ଟନାୟକ ବରିଷ୍ଠନାଗରିକ ମାନଙ୍କୁ ଦେଶ ଓ ଜାତିର ସେବା କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବାକୁ ଆହ୍ୱାନ ଦେଇ ସଂଗଠନରେ ଏକତ୍ରୀତ ହୋଇ ଖୁସି ମିଜାଜରେ ସମୟ ଅତିବାହିତ କରବାକୁ ପରାମର୍ଶ ରଖିଥିଲେ। ପରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଏହିପରି ଏକ ଭୟାନକ ମହାମାରୀରେ ରୋଗୀମାନଙ୍କର ସେବାରେ ସମର୍ପିତ ହୋଇ ପ୍ରାଣବଳି ଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ସଂଗଠନର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କର ମୃତ୍ୟୁରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଉତ୍ସବରେ ଏଲଡରସ୍ ଭିଜନ ଆଣ୍ଡ ଆକ୍ସନ ଗ୍ରୁପ୍‌ର ସଭାପତି କୁବେର ସାହୁ, ଉପସଭାପତି ଏମ୍‌-ଆଉରଙ୍ଗଜେବ୍‌, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ଗଣେଶ୍ୱର ମିଶ୍ର, ବରିଷ୍ଠ ନାଗରିକ ମଂଚର ସାଂଗଠନିକ ସମ୍ପାଦକ ଗୋପାଳଚନ୍ଦ୍ର ନାୟକ, ଅଜୟକୁମାର ସେଠୀ, ଲୋକନାଥ ପାତ୍ର, ନେତ୍ରାନନ୍ଦ ସାହୁ, କୈଳାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ପରିଚାଳନା କରିବା ସହିତ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.