Home ଅନୁଗୁଳ ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

238

ପାଳଲହଡ଼ା,୧୫/୯(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ):  ଅନୁଗୋଳ ଜିଲ୍ଲା ପାଳଲହଡା ଟାଉନ ପୁରୁଣାଗଡ଼ ସାହିର ଅଧିବାସୀ ବରିଷ୍ଠ କଂଗ୍ରେସ ନେତା ହାଡିବନ୍ଧୁ ରାଜହଂସ(୬୮) ଙ୍କର ମଙ୍ଗଳବାର ସନ୍ଧ୍ୟା ସାଢ଼େ ଛଅଟା ବେଳେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ଆତ୍ମୀୟ ସ୍ଵଜନମାନେ ଉପସ୍ଥିତ ଥିଲେ। ସ୍ବର୍ଗତ ରାଜହଂସ ୧୯୮୦ ମସିହାରୁ ପାଳଲହଡା କଂଗ୍ରେସ ଦଳର ଆଗ ଧାଡ଼ିର କର୍ମୀ ହିସାବରେ ପରିଚିତ ଥିଲେ। ସେ ଏକାଧାରରେ ଜଣେ ସମାଜସେବୀ,କ୍ରୀଡାବିତ ଓ କଳାକାର ଭାବେ ମଧ୍ୟ ସେ ଜଣାଶୁଣା ଥିଲେ। ତାଙ୍କରି ବିୟୋଗରେ ପାଳଲହଡା ଅଂଚଳରେ ଶୋକ ପ୍ରକାଶ ପାଇଛି। ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଓ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ରାଜହଂସ ଙ୍କ ମରଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.