Home ଜିଲ୍ଲା ପରିକ୍ରମା ବରିଷ୍ଠ ଓକିଲଙ୍କ ବିୟୋଗରେ ମାଲକାନଗିରି ଓକିଲ ସଂଘ ପକ୍ଷରୁ ଶୋକ ସଭା

ବରିଷ୍ଠ ଓକିଲଙ୍କ ବିୟୋଗରେ ମାଲକାନଗିରି ଓକିଲ ସଂଘ ପକ୍ଷରୁ ଶୋକ ସଭା

23

ମାଲକାନଗିରି,୧୫ା ୪ (ଓଡିଆ ପୁଅ ) ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ପୁବ ର୍ତନ ସଭାପତି ବରିଷ୍ଠ ଓକିଲ ସମାଜସେବୀ ଏନ.ଅହମଦ ଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ଓକିଲ ସଂଘର କାର୍ଯ୍ୟାଳୟ ଠାରେ ସଂଘର ସଭାପତି ପ୍ରଭାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଟିତ ହୋଇଯାଇଛି । ଏହି ଶୋକ ସଭାରେ ଜିଲ୍ଲାର ବରିଷ୍ଟ ଓକିଲ ଅନଓ୍ୟାର ସା,ଦିଲିପ ପରିଛା,ରାମପ୍ରସାଦ ପଟନାୟକ, ରଥିକୃଷ୍ଣପାତ୍ର, ନୃସିଂହ ଚରଣ ମହାନ୍ତି,ଗୌତମ ସରକାର,ରାଜେଶ ପଟନାୟକ,ପ୍ରମୁଖ ଓକିଲ ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନଟ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ଅହମଦ କେବଳ ଓକିଲ ନଥିଲେ ସେ ଜଣେ ଦରଦି ମଣିଷ ଥିଲେ,ସେ ଏକା ଧାରରେ ଆଇନଜୀବୀ ସମାଜ ସେବା କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଥିଲେ, ଏହି ଦୁଃଖଦ ସମୟରେ ତାଙ୍କର ଶୋକ ସନ୍ତପ ପରିବାରଙ୍କୁ ଭଗବାନ ଶକ୍ତି,ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ଶୋକ ସଭାରେ ଓକିଲ ମାନେ ମତ ଉପସ୍ଥାପନ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.