Home ଜିଲ୍ଲା ପରିକ୍ରମା ବନ୍ତ ହାଟର ବଦଳିପାରୁନି ପାରିପାର୍ଶ୍ୱିିକ ଅବସ୍ଥା

ବନ୍ତ ହାଟର ବଦଳିପାରୁନି ପାରିପାର୍ଶ୍ୱିିକ ଅବସ୍ଥା

87

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ଦଶନ୍ଦି ଧରି ବୃକ୍ଷ ମୂଳେ ବରଡ଼ା ଓ ଛଣ ଛପର କୁଡ଼ିଆରେ ଚାଲିଥିବା ବନ୍ତ ହାଟର ପରିବର୍ତ୍ତନ ଘଟି ଉକ୍ତ ସ୍ଥାନ ପକ୍କା ଗୃହରେ ରୁପାନ୍ତରିତ ହେବାକୁ ଯାଉଛି। ଉକ୍ତ ସ୍ଥାନରେ ଥିବା ପୁରାତନବୃକ୍ଷକୁ କାଟି ତାହା ରି ସ୍ଥାନରେ ରେ ପକ୍କା ତଥା ଲମ୍ବା ଦୁଇ ତାଲା ବିଶିଷ୍ଠ ଗୃହ ନିର୍ମାଣ କରାଯାଉଛି। ଫଳରେ ବେପାରି ମାନେ ଆଉ ବର୍ଷା, ଖରା, ଶୀତ ସହ ସାମାନ୍ୟ ପବନରେ ଭାଙ୍ଗିଯାଇ ନଷ୍ଟ ହେଉଥିବା କୁଡ଼ିଆ ଗୃହକୁ ଆଉ ମରାମତି କରିବାକୁ ପଡ଼ିବନି। ଏହାକୁ ସଂପୁର୍ଣ୍ଣ କୁଡ଼ିଆ ମୁକ୍ତ କରିବାସହ ଅଧିକ ଆକଷ୍ୟଣୀୟ କରିବା ପାଇଁ ପନଃ, ଏକ କୋଟି ଟଙ୍କା ବ୍ୟୟରେ ଏହାର ନବ କଳେବର ପାଇଁ ନୂତନ ପ୍ରକଳ୍ପର ଶୁଭାରମ୍ଭ କରି ଥିଲେ ବିଧାୟକ ଶ୍ରୀ ପ୍ରଫୁଲ ସାମଲ। ଉକ୍ତ ଅର୍ଥରେ କିଛି ମାସଧରି ଲମ୍ବା ପକ୍କା ଗୃହ ନିର୍ମାଣ କାର୍ଯ୍ୟଚାଲୁରହିଛି। ଏହା ଉପରେ ଉପରେ ୧୨ଟି ପଂଚାୟତର ଲୋକମାନେ ପଣ୍ୟ ଦ୍ରବ୍ୟ କ୍ରୟ କରିବାରେ ନିର୍ବାହ କରିଥାନ୍ତି। ଉକ୍ତ ହାଟକୁ ତିନିଗୋଟି ଜିଲା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଆଦିରୁ ବେପାରୀ ମାନେ ଆସି ନିଜର ବେପାର ବଣିଜ କରିନିଜର ଗୁଜୁରାଣ ମେଂଟାଇଥାନ୍ତି। ହେଲେ ଉକ୍ତ ହାଟ ର ପାରିପାଶ୍ୱିର୍କ ଅବସ୍ଥା ରେ ଅଦ୍ୟାବଧି ପରିବର୍ତ୍ତନ ଘଟି ପାରୁନି ବୋଲି କୁହାଯାଉଛି। ଏହା ବିକେବିଏମ ରାସ୍ତାର ପାଶ୍ୱରେ ଅବସ୍ଥିତ ଥିବାରୁ ଉଭୟ ପାଶ୍ୱର୍କୁ କିଛି ବ୍ୟକ୍ତି ନିଜର ଅଧିନରେ ରଖିଥିବାରୁ ଉକ୍ତ ହାଟକୁ ଆସୁଥିବା ଶହଶହ ସଂଖ୍ୟରେ ଗରାଖିମାନେ ନିଜ ନିଜର ବାଇକ, ସାଇକେଲ କୁ ର୍‌ଖିବା ପାଇଁ ଉପଯୁକ୍ତ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି। ଫଳରେ ସେମାନେ ବାଧ୍ୟହୋଇ ନିଜର ଯାନ ଗୁଡ଼ିକୁ ରାସ୍ତା ର ଉଭୟ ପାଶ୍ୱର୍ରେ ରଖୁଛନ୍ତି।ଏହାଫଳରେ ହାଟବାରି ଦିନ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଅନ୍ୟପକ୍ଷରେ ଖୋଲା ଆକାଶ ତଳେ କେତକ ବୋପାରୀ ବସି ନିଜର ବେପାର କରୁଥିବାରୁ ଓ ଉକ୍ତ ସ୍ଥାନରେ ମୋରମ କିମ୍ବା ବଜିର ମୁଠାଏ ପଡ଼ିନଥିବାରୁ ଅସରାଏ ବର୍ଷାହେଲେ ସେଥିରେ ବର୍ଷାଜଳ ଜମିରହି ତାହା ପାଣିକାଦୁଅରେ ଭରପୁର ହେଉଛି। ଫଳରେ ବେପାରୀ ଓ ଗରାଖୀ ମାନେ ପଣ୍ୟଦ୍ରବ୍ୟ କ୍ରୟ ବିକ୍ରୟ ରେ ନାନା ସମସ୍ୟା ରେ ସମ୍ମୁଖିନ ହେଉଥିବାର ଦେଖା ଦେଉଛି। ଯଥାଶିଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି। ଉକ୍ତ ସ୍‌ାପ୍ତାହିକ ହାଟ ଏହି ଅଂଚଳ ପାଇଁ ମୁଖ୍ୟ ହାଟ ଥିବାରୁ ଏହାର ପାରିପାଶ୍କିକ ଅବସ୍ଥା ର ପରିବର୍ତ୍ତନ ସହ ଉକ୍ତ ସ୍ଥାନକୁ ଆସୁଥିବା ଗରାଖି ମାନଙ୍କର ବାଇକ ସାଇକେଲ ରଖିବାପାଇଁ ସ୍ୱତନ୍ତ୍ର ଷ୍ଟାଣ୍ଡର ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ସର୍ବସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.