ad
ଅପରାଧ

ବନବିଭାଗର ରେଞ୍ଜର କାର୍ଯ୍ୟାଳୟରେ ତାଲା ଗେଟ୍ ମେଲା, ହଦଗଡ ଅଭୟାରଣ୍ୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦୁଝର, ତା ୨୫ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଦେଶରେ ରହିଥିବା ବିଭିନ୍ନ ଅଭୟାରଣ୍ୟ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସରକାର ମାସିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଚାଲିଛନ୍ତି। ଏଥିସହ ତଳସ୍ତରରୁ ଆରମ୍ଭ କରି ଉପରସ୍ତର ପର୍ଯ୍ୟନ୍ତ ସରକାର ବିଭିନ୍ନ ପଦପଦବୀରେ ମାସିକ ଲକ୍ଷାଧିକ ଟଙ୍କା ଦରମା ଦେଇ ବିଭିନ୍ନ କର୍ମଚାରୀ ନିୟୋଜିତ କରିଛନ୍ତି। ହେଲେ ଉକ୍ତ କର୍ମଚାରୀଙ୍କ ଖାମଖିଆଲି ମନୋଭାବକୁ ନେଇ ଅଭୟାରଣ୍ୟ ଓ ବନ୍ୟଜନ୍ତୁଙ୍କ ଜୀବନ ଦିନକୁ ଦିନ ଲୋପ ପାଇବାକୁ ବସିଥିବାର ଦୃଶ୍ୟମାନ ହେଉଛି। ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ହଦଗଡ ରେଞ୍ଜ ନିକଟସ୍ଥ ଅଭୟାରଣ୍ୟ ଜଙ୍ଗଲରେ ଦେଖିବାକୁ ମିଳିଛି। ଏହି ଅଭୟାରଣ୍ୟ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଅଭୟାରଣ୍ୟ ଓ ହଦଗଡ ଡ୍ୟାମର ପ୍ରବେଶ ଦ୍ବାରରେ ବନବିଭାଗ ପକ୍ଷରୁ ରେଞ୍ଜ କାର୍ଯ୍ୟାଳୟ ସହ ଏକ ଗେଟ୍ ନିର୍ମାଣ କରାଯାଇଛି। ଏହି ଗେଟ୍ ଦ୍ବାରା ଅଭୟାରଣ୍ୟ ଓ ହଦଗଡ ଡ୍ୟାମର ହିତ ବା ଉପକାର ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକମାନେ ନିର୍ଧାରିତ ଟଙ୍କା ପୈଠ କରି ଖଣ୍ଡିଏଁ ଖଣ୍ଡିଏଁ ଟିକେଟ୍ ସଂଗ୍ରହ କରି ବୁଲିବା ସହ ବଣଭୋଜିର ମଜା ନେଇଥାନ୍ତି। ହଦଗଡ ଡ୍ୟାମ୍ ଓ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଗାଡି ଯୋଗେ ଦୂରଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ବନବିଭାଗ ପକ୍ଷରୁ ଏହି ଗେଟ୍ ହେବା ପରେ ଆସୁଥିବା ସମସ୍ତ ପର୍ଯ୍ୟଟକମାନେ ନିଜ ନିଜ ମୁଣ୍ଡ ପିଛା ୧୦ଟଙ୍କାରୁ ଆରମ୍ଭ କରି ୪୦ଟଙ୍କା ପର୍ଯ୍ୟନ୍ତ ଟିକେଟ୍ କାଟିବା ସହ କ୍ୟାମେରା ଓ ଗାଡିର ଟିକେଟ୍ ମଧ୍ୟ ଅଲଗା କାଟିଥାନ୍ତି। ଟିକେଟ୍ କାଟିବା ଫଳରେ ବାର୍ଷିକ କୋଟି କୋଟି ଟଙ୍କା ଏହି ଗେଟରୁ ରାଜସ୍ବ ଖାତାକୁ ଯାଇଥାଏ। ହେଲେ ଏହି ଗେଟ୍ ବା କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ନିୟମିତ ଉପସ୍ଥିତ ରହୁନଥିବା କାରଣରୁ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି। ସାଧାରଣତଃ ଖାମଖିଆଲି ମନୋଭାବ ରଖୁଥିବା କର୍ମଚାରୀଙ୍କ ପାଇଁ କୋଟି କୋଟି ଟଙ୍କା ରାଜସ୍ବ ହାନି ହୋଉଥିବା ସହ ଅଭୟାରଣ୍ୟ ଓ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟ ଓ ରେଞ୍ଜ କାର୍ଯ୍ୟାଳୟରେ ବନବିଭାଗ କର୍ମଚାରୀଙ୍କ ଅନେକ ସମୟରେ ଅନୁପସ୍ଥିତ କାରଣରୁ ଏଅଞ୍ଚଳର କାଠମାଫିଆ ଓ ବନ୍ୟଜନ୍ତୁ ଶିକାରୀମାନେ ବର୍ତ୍ତମାନ ଦିନକୁ ଦିନ ସକ୍ରିୟ ହେବାକୁ ବସିଛନ୍ତି। ଯାହା ଫଳରେ ଦିନକୁ ଦିନ ଜଙ୍ଗଲ ମଧ୍ୟରୁ ଅନେକ ମୂଲ୍ୟବାନ ଗଛ ଲୋପ ପାଉଥିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ଲୋପ ପାଇବାକୁ ବସିଛି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ହଦଗଡ ଅଭୟାରଣ୍ୟ ନିକଟକୁ ଲାଗିରହିଥିବା ବେଳେ ଏହି ଦୁଇଟି ଅଭୟାରଣ୍ୟରେ ଅନେକ ମୂଲ୍ୟବାନ ଓ ଓୗଷଧିୟ ଗଛ ଭରି ରହିଥିବା ସହ ଅନେକ ନିରିହ ବନ୍ୟଜନ୍ତୁ ଏଠାରେ ବସବାସ କରିଥାନ୍ତି। ବନବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ଲାଭଖୋର ନୀତିକୁ ନେଇ ଏହି ଦୁଇଟି ଅଭୟାରଣ୍ୟ ଏବେ କାଠମାଫିଆ ଓ ଶିକାରୀମାନଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଏଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top