ad
ଅପରାଧ

ବନବିଭାଗର ମିଳିତ ଚଢାଉ ୭୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ

ହରିଚନ୍ଦନପୁର,ତା ୨୬ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଆନନ୍ଦପୁର ଡିଏଫଓ ଅଜିତ ସତପଥିଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ମିଳିତ ଚଢାଉ ୭୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ କରାଯାଇଛି । ଖବର ଅନୁଯାୟୀ ଦେଉଗାଁ ରେଞ୍ଜ ଭଗାମୁଣ୍ଡା ବନପାଳ ଅଧିନସ୍ଥ ହାତୀକୁଚା ଗ୍ରାମ ନିକଟସ୍ଥ ଖେସରା ଜଙ୍ଗଲରେ ବନବିଭାଗର ମିଳିତ ଚଢାଉରେ ଏହି କାଠ ଜବତ କରାଯାଇଛି । ବନବିଭାଗ ଖବର ଅନୁଯାୟୀ ସୋମବାର ଦିନ ଉକ୍ତ ଜଙ୍ଗଲରୁ କାଠ କଟାଯାଇ ଅନ୍ୟତ୍ର ଚୋରା ଚାଲାଣ କରାଯିବାର କୌଣସି ସୂତ୍ରରୁ ଡିଏଫଓ ଖବର ପାଇଥିଲେ । ଖବର ପାଇବା ପରେ କାଠ ସହ ମାଫିଆଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସୋମବାର ଠାରୁ ଉଦ୍ୟମ ଜାରି ରହିଥିଲା । ହେଲେ କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଉକ୍ତ କାଠକୁ ମଙ୍ଗଳବାର ଦିନ ଜବତ କରାଯାଇଛି । ଜବତ ହୋଇଥିବା କାଠକୁ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଆଣାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଚଢାଉରେ ଦେଓଗାଁ ରେଞ୍ଜର ଭୁବନାନନ୍ଦ ମହାନ୍ତି, ବନପାଳ ଅଶୋକ ପଟ୍ଟନାୟକ, ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ, ଫରେଷ୍ଟ ଗାର୍ଡ ପ୍ରିୟଦର୍ଶିନୀ ଜେନା, ରଶ୍ମିରଞ୍ଜନ ରାଉତ, ଭଗାମୁଣ୍ଡା ବନପାଳ ବିଜୟ କୁମାର ତରାଇ, ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାଙ୍କ ସହ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ମିଶନ ସଫଳ ହୋଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top