Home ଜିଲ୍ଲା ପରିକ୍ରମା ବଢୁଛି କରୋନା ନାହିଁ କିଛି ପ୍ରତିବନ୍ଧକ

ବଢୁଛି କରୋନା ନାହିଁ କିଛି ପ୍ରତିବନ୍ଧକ

84

ବାହାନଗା,୯ା୯(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ କରୋନା ସଂଖ୍ୟା ବଢି ବଢି ଚାଲିଥିବା ବେଳେ ସବୁ ଏଠି ମେଲା । କିଛି ରହୁ ନାହିଁ ସାମାଜିକ ଦୁରତ୍ୱ । ସବୁ ଜାଗାରେ ଭିଡ଼ । ଦୋକାନ ଆଗରେ ରହୁନି ସାମାଜିକ ଦୁରତ୍ୱ । ପ୍ରଶାସନ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ଦୋକାନୀ ମାନେ । ବହୁ ଅତ୍ୟାବଶ୍ୟକୀୟ ଦୋକାନ ଆଗରେ ନାହିିଁ ନଥିବା ଭିଡ଼ । ଦୋକ।।ନୀ ମାନେ ମଧ୍ୟ ମାସ୍କ ପିନ୍ଧୁ ନାହାନ୍ତି । ଲୋକେ ମାସ୍କ ନ ପିନ୍ଧି ବାହାରୁଛନ୍ତି ବଜାରକୁ । ଏମିତି ଘଟଣା ଦେଖିବାକୁ ମିଳୁଛି ବ୍ଲକର ବିଭିନ୍ନ ବଜାର ମାନଙ୍କରେ । ପରେ ବି ବ୍ୟାଙ୍କ ମାନଙ୍କରେ ବହୁ ଭିଡ଼ । ସେଠାରେ ରହୁ ନାହିଁ ସାମାଜିକ ଦୁରତ୍ୱ । ଫଳରେ ସହଜରେ ଜଣେ ସୁୁସ୍ଥ ବ୍ୟକ୍ତି କରୋନା ପୀଡ଼ିତ ହେବାର ସମ୍ଭାବନା ସୃଷ୍ଟି ହେବାକୁ ଏଡ଼ାଇ ଦିଆ ଯାଇ ନ ପ।।ରେ । କରୋନା ସଂଖ୍ୟା ବ୍ଲକରେ ୩ଶହ ପାର ହେବାର ଜଣାପଡ଼ଛି । ତା ସହ ପ୍ରଶାସନକୁ ଲୋକେ ଡରି କିଛିଟା ନିୟମ ପାଳନ ହେଉଥିଲେ କିନ୍ତୁ ତହସିଲଦର ଓ ତହସିଲ କର୍ମଚାରୀ ଆକ୍ରାନ୍ତ ହେବା ପରେ ପ୍ରଶାସନ ମହଲରେ ଭୟର ବାତାବରଣ ଖେଳିଛି । କିନ୍ତୁ ଏହି ସୁଯୋଗରେ ଲୋକେ ଅମାନିଆ ହୋଇଥିବାର ଦେଖା ଯାଉଛି । ତେବେ ଆଗକୁ ମୁୁଖ୍ୟ ମନ୍ତ୍ରୀଙ୍କ ସଚେତନତା ନିୟମ କେତେ ଦୁର ପାଳନ ହେବ ଏବଂ ଅମାନିଆଙ୍କ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ହେବ ଓ ଆଗକୁ ଅ।।ସୁଥିବାର ବିଭିନ୍ନ ପୂଜାର ଋତୁ ପ୍ରଶାସନର ପଦକ୍ଷେପକୁ ଅନାଇ ବସିଛନ୍ତି ଅଞ୍ଚଳର ସଚେତନ ବ୍ୟକ୍ତି । ଏବାବଦରେ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୂଦର୍ଶନ ମହାପାତ୍ରଙ୍କୁ ପଚାରିବାରୁ ସେ ଲୋକଙ୍କୁ ସଚେତନ କରିବା ପରେ ଲୋକେ ଅମାନିଆ ହେଉଛନ୍ତି । ତଥାପି ସୁଧୁରିବାକୁ ସମୟ ଅଛି । ନହେଲେ ସମୂହ ଆକ୍ରାନ୍ତରେ ପହଞ୍ଚି ଯିବେ ବୋଲି ଦୁଖର ସହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.