Home Coronavirus Outbreak ବଢ଼ିପାରେ ଆପଣଙ୍କ ମୋବାଇଲ ଭ୍ୟାଲିଡିଟି !

ବଢ଼ିପାରେ ଆପଣଙ୍କ ମୋବାଇଲ ଭ୍ୟାଲିଡିଟି !

1684

ଭୁବନେଶ୍ୱର: ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡ଼ିକୁ ପ୍ରିପେଡ୍ ଉପଭୋକ୍ତା ଯୋଜନା ଗୁଡିକର ବୈଧତା ବୃଦ୍ଧି କରିବାକୁ ଟେଲିକମ୍ ରେଗୁଲେଟର ଅଫ୍ ଇଣ୍ଡିଆ (TRAI) କହିଥିବା ଜଣାପଡ଼ିଛି। କରୋନା ଭାଇରସ୍ କାରଣରୁ ଲକ୍ ଡାଉନ୍ ପରିସ୍ଥିତିକୁ ଧ୍ୟାନରେ ରଖି TRAI ଏପରି କହିଥିବା ଜଣାପଡ଼ିଛି।ଟ୍ରାଇ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲକୁ ସେମାନଙ୍କ ପ୍ରିପେଡ୍ ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ କହିଛି।ଯାହା ଦ୍ୱାରା ୟୁଜର୍ସମାନେ ଏହି ଲକ୍ ଡାଉନ୍ ପରିସ୍ଥିତି ଭିତରେ କୋୖଣସି ସମସ୍ୟାର ସମ୍ମୁଖୀନ ହେବେନାହିଁ।ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୯ରେ, TRAI ଏହି ସମସ୍ତ କମ୍ପାନୀକୁ ଏନେଇ ଏକ ଚିଠି ଲେଖିଛି। ଏହି ଚିଠିରେ ସମସ୍ତ ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ବୈଧତା ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କମ୍ପାନୀମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। /- ଦେବଦତ୍ତ ରଥ

କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.