ad
ଓଡ଼ିଶା

ବଡ଼ବିଲ କାରୋ ନଦୀରେ ବୁଡ଼ି ଯୁବକ ମୃତ

ବଡ଼ବିଲ, ତା ୧୩ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ନିମତୁର କାରୋ ନଦୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ଘଟିଛି। ଉକ୍ତ ଯୁବକ ଜଣଙ୍କ ବଡ଼ବିଲ ଶ୍ରୀରାମନଗର ଅଞ୍ଚଳର ଗୁରୁସେବକ ସିଂହ(୨୨) ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ ରବିବାର ପୂର୍ବାହ୍ନ ସମୟରେ ଗୁରୁସେବକ ତାଙ୍କ ସାଙ୍ଗମାନଙ୍କ ସହ କାରୋ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀ କୂଳରେ ଥିବା ଏକ ଗଛ ଉପରୁ ଗଭୀରକୁ ପାଣିକୁ ଡିଆଁ ମାରିଥିଲେ। ଫଳରେ ଗଭୀର ପାଣି ଭିତରୁ ବାହାରକୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଗୁରୁସେବକ ଡିଆଁ ମାରିବାବେଳେ ପିନ୍ଧିଥିବା ପଗଡ଼ି କିଛି ସମୟ ପରେ ପାଣି ଉପରେ ଭାସିବାର ସାଙ୍ଗମାନେ ଦେଖିବାକୁ ପାଇଥିଲେ। ପାଣିରୁ ଉଦ୍ଧାର କରି ସାଙ୍ଗମାନେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top