Home ଜିଲ୍ଲା ପରିକ୍ରମା ବଡଅସୁରା ଗ୍ରାମରେ ରଜମହୋତ୍ସବ ଆରମ୍ଭ

ବଡଅସୁରା ଗ୍ରାମରେ ରଜମହୋତ୍ସବ ଆରମ୍ଭ

17

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ପ୍ରଥା, ପରମ୍ପରା କୁ ବଂଚାଇ ରଖିବାକୁ ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ବଡ଼ଅସୁରା ଗ୍ରାମରେ ଆରମ୍ଭ ହୋଇଛି ରଜମହୋତ୍ସବ। ପ୍ରତିବର୍ଷ ପରି ଚାରିଦିନ ପାଳିତ ହେବାକୁ ଥିବା ଏହି ମହୋତ୍ସବର ଗତ କାଲି ଥିଲା ରକ୍ତଦାନ ଶିବିର। ଆଜି ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦଘାଟନ କରିବା ପରେ ଦିନ ତମାମ ପିଲାମାନେ ବିଭିନ୍ନ ପ୍ରକାର ଦୋଳିର ମଜା ନେଉ ଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଦହି ହାଣ୍ଡି ଭଙ୍ଗା ସହ କୁନି କୁନି ପିଲାମାନଙ୍କ ଦ୍ୱାରା ନାଚ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆସନ୍ତା କାଲି ସନ୍ଧ୍ୟାରେ ଓଡିଶାର କିଛି ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ସଂଗୀତ ପରିବେଶନର କାର୍ଯ୍ୟକ୍ରମ ଥିବା ବେଳେ ଶେଷ ଦିନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ରେଜଲ୍ଟ କରିଥିବା ଏ ଅଞ୍ଚଳର କିଛି ପିଲାମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯିବାର କାର୍ଯ୍ୟକ୍ରମ ଅଛି ବୋଲି ଆୟୋଜନ କମିଟି ମୁଖ୍ୟ ବ୍ରଜ ମୋହନ ଧିନ୍ଦା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.