Home କେନ୍ଦୁଝର ବଞ୍ଚୋ ବେହେରା ସାହିରେ ମା ମଙ୍ଗଳାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବଞ୍ଚୋ ବେହେରା ସାହିରେ ମା ମଙ୍ଗଳାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

31

ହାଟଡ଼ିହି-୧୮ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବେହେରା ସାହିଠାରେ ମା ମଙ୍ଗଳା ମନ୍ଦିରରେ ମା ମଙ୍ଗଳାଙ୍କର ନୁତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାକଟପୁର ମଙ୍ଗଳାଙ୍କ ନିକଟରୁ ଆଜ୍ଞାମାଳ ଅଣାଯିବାପରେ ଶୁଭାଦିବାସ, ଅଙ୍କୁରାରୋପଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ପରଦିନ ପୁଣ୍ୟତୋୟା ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯାିଥିଲା । ଚଣ୍ଡୀପାଠ, ରଥାଧିବାସ, ମହାସ୍ନାନ କରାଯିବାପରେ ମା ମଙ୍ଗଳାଙ୍କ ନୁତନ ପ୍ରତୀମାକୁ ଗୃହପ୍ରବେଶ, ନ୍ୟାସ, ସ୍ଥାପନା କାର୍ଯ୍ୟ ଆଦି ସମାପନ କରାଯାଇଥିଲା । ପରେ ମାଙ୍କ ନବଯୌମନ ଦର୍ଶନ କରାଯିବା ସହିତ ଭକ୍ତ ମାନେ ପୂଜାର୍ଚ୍ଚନା କରିଥିଲେ । ପଣ୍ଡିତ ସଞ୍ଜୟ ପାଢ଼ୀ ଶର୍ମା, ଆଚାର୍ଯ୍ୟ ରାଜୁ ପାଣିଗ୍ରାହୀ, ଆଚାର୍ଯ୍ୟ ଚନ୍ଦନ ମିଶ୍ର, କୁଳ ପୁରୋହିତ ନନ୍ଦ କିଶୋର ଦାଶ ପ୍ରମୁଖ ବୈଦିକ ରୀତିନୀତି ମତେ ପୂଜାର୍ଚ୍ଚନା କରିଥିଲେ । ନିତ୍ୟାନନ୍ଦ ନାୟକ, ନିର୍ମଳ ସ୍ୱାଇଁ, ଯୁଦ୍ଧିଷ୍ଠିର ଜେନା, ରତ୍ନାକର ଜେନା, ଆଦିତ୍ୟ ଜେନା, ଚିରଞ୍ଜିବ ନାୟକ, ବିଦ୍ୟାଧର ନାୟକ, ବୋନି ସ୍ୱାଇଁ, ଚିକି ସ୍ୱାଇଁ, ମିଲି ଜେନା, ସେଲି ଜେନା, ମୁନି ନାୟକ, ମଣି ନାୟକ, ଅନୁ ବେହେରା, ମିଶାରାଣୀ ନାୟକ, ରବିନ୍ଦ୍ର ଜେନା, ରମଣୀ ନାୟକ, ରାଜକିଶୋର ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.