Home କେନ୍ଦୁଝର ବଞ୍ଚୋ ଗ୍ରାମରେ ଅଗ୍ନିକାଣ୍ଡ, ୫ ବଖରା ଘର ଧ୍ୱସଂ

ବଞ୍ଚୋ ଗ୍ରାମରେ ଅଗ୍ନିକାଣ୍ଡ, ୫ ବଖରା ଘର ଧ୍ୱସଂ

24

ହାଟଡିହି-୧୯ /୪, (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ବଞ୍ଚୋ ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ୫ବଖରା ଘର ପୋଡି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଧ୍ୱସଂ ହୋଇଯାଇଛି। ଖବରରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଧନେଶ୍ୱର ତରେଇଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଘରର ସମସ୍ତ ଲୋକମାନେ ଶୋଇଥିବା ବେଳେ ଲୋକମାନେ ନିଆଁର ତାତିରୁ ଉଠିପଡି ବାହାରକୁ ଜୀବନ ବିକଳରେ ପଳାଇ ଆସି ପାଟିକରିବାରୁ ଗାଁ ଲୋକେ ଯାଇ ନିଆଁକୁ ଲିଭାଇବା ସହିତ ହାଟଡିହି ଦମକଳକୁ ଡାକିଥିଲେ। ଏହି ସମୟ ମଧ୍ୟରେ ପାଖରେ ଥିବା ଦୋରା ତରେଇ ଓ ଚଗୁଲୁ ତରେିଙ୍କ ଘରକୁ ନିଆଁ ବ୍ୟାପିଯାଇଥିଲା। ହାଟଡିରୁ ଦମକଳ ପଞ୍ଚି ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡରେ ତିନୋଟି ଯାକ ପରିବାରର ଘରେ ଥିବା ନଗଦ ଲକ୍ଷେ ଟଙ୍କା ସମେତ ଘରର ସମସ୍ତ ଧାନ, ଚାଉଳ, ସୁନାରୁପା, ଛେନି, କୁକୁଡା ଆଦି ପୋଡି ଭଷ୍ମୀଭୁତ ହୋଇଯାେଇଛି। ଖବରପାଇ ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ବିପନ୍ନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି। ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.