Home ଜିଲ୍ଲା ପରିକ୍ରମା ବଜ୍ରପାତରେ ୪ବଖରା ଘର ଭସ୍ମୀଭୂତ

ବଜ୍ରପାତରେ ୪ବଖରା ଘର ଭସ୍ମୀଭୂତ

58

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ସୟା ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ମହେନ୍ଦ୍ର ସେଠୀଙ୍କ ୪ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ତିହିଡ଼ି ଦମକଳ କେନ୍ଦ୍ର ଅଧିକାରୀ ଆଲୋକଦେବ ଗୋସ୍ୱାମୀଙ୍କ ନେତୃତ୍ୱରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ୨ଟା ସମୟରେ ପ୍ରବଳ ବଜ୍ରପାତ ହୋଇଥିଲା । ଫଳରେ ମହେନ୍ଦ୍ର ସେଠୀଙ୍କ ଚାଳଘରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ମହେନ୍ଦ୍ରଙ୍କର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଖବର ପାଇ କୋହ୍ଲ ରାଜସ୍ୱ ନିରୀକ୍ଷକ ଗୋଲକ ମୁର୍ମୁ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ôଚ କ୍ଷୟକ୍ଷତିର ଆକଳନ କରିବା ସହିତ ପଲିଥିନ ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.