Home ଓଡ଼ିଶା ବଜ୍ରପାତରେ ୩ ବଳଦ ମୃତ

ବଜ୍ରପାତରେ ୩ ବଳଦ ମୃତ

193

ଯୋଡା, ୧୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ଦେଓଝର ଗ୍ରାମପଞ୍ଚାୟତର ସାନ ହୁଣ୍ଡୁଳା ଠାରେ ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକା ସମୟରେ ବଜ୍ରପାତରେ ୩ଟି ବଳଦଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ମୃତ ତିନୋଟି ବଳଦ ସାନହୁଣ୍ଡୁଳା ଗ୍ରାମର ବୁଦ୍ଧୁରାମ ବାନରା, ଶ୍ୟାମ ମୁଣ୍ଡା, ସୁନାରାମ ମୁଣ୍ଡା ପ୍ରତ୍ୟେକଙ୍କ ଗୋଟିଏ ଗୋଟିଏ ବୋଲି ଜଣାପଡିଛି । ଖବର ପାଇ ଯୋଡା ପ୍ରାଣୀଧନ ଚିକିତ୍ସକ ଡଃ ମାଧବ ଚୌଧୁରୀ, କଣ୍ଡରା ଗୋସମ୍ପଦ ନିରୀକ୍ଷକ ସାଧୁଚରଣ ନାଏକ, ଅଂଶେକଳା ଗୋପାଳ ନିମାଇ ଚରଣ ନାଏକ ପହଞ୍ଚି ୱାର୍ଡ ମେମ୍ବର ଘନଶ୍ୟାମ ମୁଣ୍ଡାଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ତେବେ କ୍ଷତୀଗ୍ରସ୍ଥ ତିନି ଜଣ ଆଦିବାସୀ ବ୍ୟକ୍ତିଙ୍କୁ କ୍ଷୀତିପୂରଣ ବାବଦକୁ ଅର୍ଥ ପ୍ରଦାନ କରିବାକୁ ସେମାନେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ନିକଟରେ ଦାବି କରିଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.