Home Top News ଫ୍ଲୋର ଟେଷ୍ଟ ବିରୋଧରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

ଫ୍ଲୋର ଟେଷ୍ଟ ବିରୋଧରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

46

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଫ୍ଲୋର ଟେଷ୍ଟ ବିରୋଧରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଛି ଶିବସେନା। ଶିବସେନା ଚିଫ୍ ୱିପ୍ ସୁନୀଲ ପ୍ରଭୂ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଶିବସେନାର ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।
ସୂଚନାଯୋଗ୍ୟଯେ, ଏହି ସମ୍ବନ୍ଧରେ ସୁପ୍ରିମକୋର୍ଟର ବିଚାରପତି କହିଲେ। କିପରି ଶୁଣାଣି ହେବ ଆମ ପାଖରେ ଫାଇଲ ନାହିଁ। ଏହା ପରେ ଶିବସେନା ତରଫରୁ ଓକିଲ ସିଂହଭି କହିଲେ ଅପରାହ୍ନ ୪ ଟା ସୁଦ୍ଧା ଉପଲବ୍ଧ ହେବ। ଆପଣ ୬ ଟା ସମୟରେ ଶୁଣାଣି କରିପାରନ୍ତି। କିନ୍ତୁ ବିଦ୍ରୋହୀ ବିଧାୟକଙ୍କ ତଥା ସିନ୍ଧ ଗ୍ରୁପର ଓକିଲ ନୀରଜ କିଶନ କୌଶଲ କହିଲେ ଯେ, ଫ୍ଲୋର ଟେଷ୍ଟ କରିବା ରାଜ୍ୟପାଳଙ୍କ ଅଧିକାର। ଅନ୍ୟ ପକ୍ଷ କୋର୍ଟକୁ ବିଭ୍ରାନ୍ତ କରୁଛି। ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ ଏକ ଭିନ୍ନ ପ୍ରସଙ୍ଗ।
ଅପର ପକ୍ଷରେ ଆଜି ଶୁଣାଣି ହେବ ବୋଲି ବିଚାରପତି କହିଛନ୍ତି। ତେବେ ୫ ଟା ସମୟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଆସନ୍ତାକାଲି ଅପରାହ୍ନ ୫ ଟା ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଉଦ୍ଧବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ଏ ନେଇ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାର ଅଛି। ଇତି ମଧ୍ୟରେ ଏହାକୁ ବିରୋଘ କରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛି ଶିବସେନା।

ଅପର ପକ୍ଷରେ ଗୋଆର ତାଜ ରିସର୍ଟ ଏବଂ କନଭେନସନ୍ ସେଣ୍ଟରରେ ବିଦ୍ରୋହୀ ବିଧାୟକଙ୍କ ପାଇଁ ୭୦ ରୁମ୍ ବୁକ୍ ହୋଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକମାନେ ଆଜି ଗୋଆ ଯିବେ। ଗୋଆର ତାଜ ରିସର୍ଟ ଆଣ୍ଡ କନଭେନସନ୍ ସେଣ୍ଟରରେ ଏହି ବିଦ୍ରୋହୀ ବିଧାୟକମାନଙ୍କ ପାଇଁ ୭୦ ରୁମ୍ ବୁକ୍ କରାଯାଇଛି। ତା’ପରେ ସେମାନେ ଆସନ୍ତାକାଲି ମୁମ୍ବାଇକୁ ଉଡ଼ାଣ ଭରିବେ ଏବଂ ସିଧା ମହାରାଷ୍ଟ୍ର ବିଧାନସଭାକୁ ଯିବେ।

ଏକନାଥ ସିନ୍ଦେ ବିଦ୍ରୋହୀ ବିଧାୟକଙ୍କ ସହ କାମାକ୍ଷା ମନ୍ଦିରରେ ପହଞ୍ଚି ଦର୍ଶନ କରୁଛନ୍ତି। ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇ ଯିବେ।

ଉଲ୍ଲେଖନୀୟଯେ, ମଙ୍ଗଳବାରଠାରୁ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବିଜେପି ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କ ନିକଟରେ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିବା ପରେ ରାଜ୍ୟପାଳ ଫ୍ଲୋର ଟେଷ୍ଟ ଆସନ୍ତା କାଲି କରାଇବାକୁ ଉଦ୍ଧବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗୌହାଟୀରେ ଉପସ୍ଥିତ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟଯେ, ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ତୀବ୍ର ହୋଇଛି। ଏଥି ସହ ମଙ୍ଗଳବାର ଅପରାହ୍ନରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀ ଆସିଥିଲେ। ଏଠାରୁ ସେ ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ଏହା ପରେ ସେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ରାଜ୍ୟପାଳଙ୍କ ବାସଭବନରେ ଭେଟିଥିଲେ।

ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ବୈଠକରେ ସରକାର ଗଠନ ଉପରେ ଆଲୋଚନା ହୋଇଥିଲା। ବିଜେପି କୋଟାର ମନ୍ତ୍ରୀଙ୍କ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଇନଗତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ସରକାରୀ ଗଠନ ପଥରେ ଆସୁଥିବା ସମସ୍ତ ପ୍ରସଙ୍ଗ ଉପରେ ଆଇନଗତ ମାର୍ଗ ବିଷୟରେ ବିସ୍ତୃତ ସୂଚନା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ମୁଖରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଜେପିର ହେବ ଏବଂ ବିଜେପିରେ ୨୮ ଜଣ ମନ୍ତ୍ରୀ ରହିବେ।

ଅପର ପକ୍ଷରେ ଶରଦ ପାୱାରଙ୍କ ଘରେ ସକାଳ ୧୦ ଟାରୁ ଏନସିପି ବୈଠକ ଆରମ୍ଭ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.