Home କୋରାପୁଟ ଫୋକସରେ କୋଟିଆ ; କୋଟିଆରେ ନିର୍ମାଣଧିନ କାର୍ଯ୍ୟର ତଦାରଖ କଲେ ଉପଜିଲ୍ଲାପାଳ

ଫୋକସରେ କୋଟିଆ ; କୋଟିଆରେ ନିର୍ମାଣଧିନ କାର୍ଯ୍ୟର ତଦାରଖ କଲେ ଉପଜିଲ୍ଲାପାଳ

169

କୋରାପୁଟ ; ତା୧୪-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପାଳ ଭାବେ ପୋମା ଟୁଡୁ ଯୋଗଦାନ ପରେ କୋଟିଆ ଉପରେ ଫୋକସ କରିଥିବା ଜଣାପଡିଛି । କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଏବଂ ଜିଲ୍ଲା ଯୋଜନା ଓତଦାରଖ ୟୁନିଟର ଉପ-ପ୍ରକଳ୍ପ ନିଦେ୍ର୍ଦଶକ ଲକ୍ଷ୍ମିଧର ବିଶ୍ୱାଲଙ୍କୁ କୋଟିଆ ଯାଇ ନିର୍ମାଣଧିନ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ଟୁଡୁ ନିଦେ୍ର୍ଦଶ ଦେଇଥିଲେ ।୨ ଅଧିକାରୀ କୋଟିଆରେ ପହଂଚି ନିର୍ମାଣଧିନ କାର୍ଯ୍ୟର ଟିକିନିକି ତଦାରଖ କରିଥିବା ଜଣାପଡିଛି ।କୋଟିଆରେ ନିର୍ମାଣଧିନ ହାଇସ୍କୁଲର ତଦାରଖ କରିବା ସହ କୋଟିଆଠାରୁ ନାରେଡିବାଲସା ରାସ୍ତା କାମ ମଧ୍ୟ ଦେଖିଥିଲେ ।ସୂଚନା ଯୋଗ୍ୟ ଯେ ବିବାଦୀୟ କୋଟିଆର ତଳ ଗଞେଇପଦର ଓ ନାରେଡିବାଲସା ପ୍ରଭୃତି ଗ୍ରାମରେ ଆନ୍ଧ୍ରର ଅଧିକାରୀମାନେ ଅନୁପ୍ରବେଶ କରି ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିବା ଗଣମାଧ୍ୟମରେ ପ୍ରକାଶ ପାଇବା ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି କୋଟିଆ ଗସ୍ତକରି ଲୋକମାନଙ୍କ ସହ କୋରାପୁଟରେ ଏକ ବୈଠକ କରି ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।ଏହାପରେ ରାଜ୍ୟ ସରକାର କୋଟିଆର ଉନ୍ନୟନ ନିମନ୍ତେ ୧୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ।କୋଟିଆରେ ୧୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା , କ୍ଲଷ୍ଟର ହାଉସ , ପାନୀୟ ଜଳ ଯୋଗାଣ , ବିଦ୍ୟୁତ ଟ୍ରାନ୍ସରଫରମର , ସାମାଜିକ କାର୍ଯ୍ୟକ୍ରମ ଚାଲୁଥିବା ଜଣାପଡିଛି ।ଛୁଟିଦିନରେ ୨ ଅଧିକାରୀ କୋଟିଆକୁ ଯାଇ କାର୍ଯ୍ୟକୁ ସମୀକ୍ଷା କରିଥିବାରୁ ଗ୍ରାମବାସୀମାନେ ବିକାଶର ସ୍ୱପ୍ନ ଦେଖୁଥିବା ଜଣାପଡିଛି ।ଜିଲ୍ଲାପ୍ରଶାସନ ଏପରି କୋଟିଆକୁ ଫୋକ୍ସରେ ରଖି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବିବାଦୀୟ କୋଟିଆ ଗ୍ରାମପୁଞକୁ ପଠାଇବା ନିମନ୍ତେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.