Home ଜିଲ୍ଲା ପରିକ୍ରମା ଫେରାର ହୋଇଯାଇଥିବା ବିଚାରଧିନ କଏଦୀ ଅଦାଲତରେ ଆତ୍ମସମର୍ପଣ କଲେ

ଫେରାର ହୋଇଯାଇଥିବା ବିଚାରଧିନ କଏଦୀ ଅଦାଲତରେ ଆତ୍ମସମର୍ପଣ କଲେ

104

ମାଲକାନଗିରି,୧୮ା୯ (ଓଡିଆ ପୁଅ ) ଗତ୨୦୧୯ ମସିହା ଏପ୍ରିଲ ମାସ ୧୯ତାରିଖରେ ଜଣେ ବିଚାରଧିନ କଏଦୀ ମାଲକାନଗିରି ହସପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିବା ବେଳେ ଗାଡିରୁ ଡେଇଁ ମେଡିକାଲ ଗେଟ ନିକରୁ ଫେରାର ହୋଇଯାଇଥିଲେ । ଫେରାର ହୋଇଯାଇଥିବା କଏଦୀ କୁ ଜେଲ କର୍ତୁପକ୍ଷ ଓ ପୁଲିସ ବହୁତ ଖୋଜା ଖୋଜି କଲାପରେ ତାଙ୍କର କିଛି ପତା ପାଇନଥିଲେ । ସେହି କଏଦୀ ଆଜି ମାଲକାନଗିରି ଉପଖଣ୍ଡ ବିଚାରବିଭାଗ ଅଦାଲତରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଗତ ୨୦୧୮ ମସିହା ଡିସେମ୍ବର ମାସରେ ଏକ ଗଜେଂଇ ଚୋରାଚାଲାଣ ଅଭିଯୋଗରେ ମାଲକାନଗିରି ଥାନାସ୍ଥ ପଦ୍ମଗିରି ଅଚଂଳର ଚୋରା ଗଜେଂଇ ବେପାରି ରାଜୁ ବାରୋଇ ଗିରଫ ହୋଇ ମାଲକାନଗିରି କାରାଗାରରେ ବିଚାରଧାନ କଏଦୀଭାବେ ରହିଥିଲେ । ଗତ ୨୦୧୯ ମସିହା ଏପ୍ରିଲ ମାସ୧୯ରାଖରେ ରାଜୁଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜେଲ କର୍ମଚାରୀ ମାନେ ଗାଡିରେ ବସାଇ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ ।ହସପିଟାଲ ଗେଟ ନିକଟରେ ଗାଡିଟି ରହିବାରୁ ରାଜୁ ଗାଡିରୁ ଡେଇଁ ପଳାଇଥିଲେ । ସେହିଦନ ଠାରୁ ଫେରାର ଥିବା ରାଜୁ ଆଜି ଅଦାଲତରେ ନିଜେ ଆତ୍ମସମର୍ପଣ କରିଥିବାର ଜଣାପରଡିଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.