Home Top News ଫିଫା U-୧୭ ମହିଳା ବିଶ୍ୱକପ ହୋଷ୍ଟ ସିଟି ଓଡ଼ିଶାର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଫିଫା U-୧୭ ମହିଳା ବିଶ୍ୱକପ ହୋଷ୍ଟ ସିଟି ଓଡ଼ିଶାର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

34

ଭୁବନେଶ୍ବର ୧୦-୯ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଫିଫା U-୧୭ ମହିଳା ବିଶ୍ୱକପ ଇଣ୍ଡିଆ ୨୦୨୨ ™ ପାଇଁ ହୋଷ୍ଟ ସିଟି ଲୋଗୋ ଉନ୍ମୋଚନ କରିଛନ୍ତି।

୧୧ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ଭାରତରେ ଆୟୋଜିତ ହେବାକୁ ଥିବା ପ୍ରଥମ ଫିଫା ମହିଳା ବିଶ୍ବକପ ଓଡ଼ିଶା, ଗୋଆ ଏବଂ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ। ପ୍ରଥମ ଫିଫା ବିଶ୍ବକପ ଓଡ଼ିଶାରେ ଆୟୋଜିତ ହେୱ।

ଉନ୍ମୋଚନ କାର୍ଯ୍ୟକ୍ରମରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶା ଏକ ଅଗ୍ରଣୀ କ୍ରୀଡା ସ୍ଥଳ ଭାବରେ ଉଭା ହେଉଛି ଏବଂ ଫିଫା U-୧୭ ମହିଳା ବିଶ୍ୱକପ ଆୟୋଜନ କରିବା ଆମ ରାଜ୍ୟ ପାଇଁ ଏକ ସୁଯୋଗ।”

ବିଶେଷ କରି ଭାରତୀୟ ଦଳ ଯିଏକି କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କର ସମସ୍ତ ଗ୍ରୁପ୍ ମ୍ୟାଚ୍‌ ଖେଳ ଖେଳିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.