Home ଜିଲ୍ଲା ପରିକ୍ରମା ଫାଇଲି ତଳେ ସୀମିତ ଧାମନଗର ର ଅତ୍ୟାବଶ୍ୟକ ଦୁଇ ବାଇପାସ ରାସ୍ତା

ଫାଇଲି ତଳେ ସୀମିତ ଧାମନଗର ର ଅତ୍ୟାବଶ୍ୟକ ଦୁଇ ବାଇପାସ ରାସ୍ତା

22

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଧାମନଗର ଅଞ୍ଚଳର ମୁଖ୍ୟ ରାସ୍ତା ଗୁଡ଼ିକ ଏବେ ବ୍ୟସ୍ତ ବହୁଳ ହୋଇ ପଡୁଛି। ଅଧିକାଂଶ ସମୟ ଟ୍ରାଫିକ ସମସ୍ୟା ଦେଖାଦେଇଛି। ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଧାମନଗର ରେ ବାଇ ପାସ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ରଖିଛନ୍ତି। ମାତ୍ର ପର୍ବ ସରିଲେ ତା’ର ଗୁରୁତ୍ୱ ରହୁନାହିଁ। ଏପରି ରାସ୍ତା ହେଉଛି ଧାମନଗର ରୁ ଭଦ୍ରକ- ଆରଡ଼ି ରାଜ୍ୟ ରାଜପଥର କୋଠାର ଛକ ଠାରୁ ନସଲାପୁର ଗ୍ରାମ ମଧ୍ୟଦେଇ ଆସିଥିବା ଧାମନଗର- କୋଠାର ରାସ୍ତା। ଅଧିକ ବାଙ୍କ ଓ ବୁଲାଣୀ ପାଇଁ ଅଧିକାଂଶ ସମୟରେ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ଦୋଳ ପୂର୍ଣ୍ଣିମାରେ ଏଠାରେ ଅନୁଷ୍ଠିତ ବୟାଙ୍ଗଡିହ ମେଲଣ ସମୟରେ ଯାତ୍ରୀବାହୀ ଗାଡ଼ି ଯିବା ତ ଦୂରର କଥା ସାଇକେଲ ଓ ମୋଟର ସାଇକେଲ ଟିଏ ବି ଯା’ଆସ କରିପାରେ ନାହିଁ। ସେଥିପାଇଁ ପ୍ରଶାସନିକ ପ୍ରସ୍ତାବ ହେଲା ଭଦ୍ରକ- ଆରଡି ରାସ୍ତାର କୋଠାର ବାଲିଚତିରି ପୋଲ ଠାରୁ ବୟାଙ୍ଗଡିହ ମେଲଣ ପଡ଼ିଆ ନିକଟସ୍ଥ ଧାମନଗର- କୋଠାର ରାସ୍ତାକୁ ସଂଯୋଗ କରୁଥିବା ବାଇପାସ ରାସ୍ତା। ନସଲାପୁର ଗ୍ରାମ ବାଦ ହୋଇ ଏହି ରାସ୍ତା ନିର୍ମାଣ ହେଲେ ଗ୍ରାମ ଭିତରେ ହେଉଥିବା ଟ୍ରାଫିକ ସମସ୍ୟା ଦୂର ହେବ। ସେହିପରି ପ୍ରତିବର୍ଷ ହଜରତ ମୁଜାହିଦ-ଏ – ମିଲ୍ଲତ ଙ୍କ ବାର୍ଷିକ ଉର୍ସଉତ୍ସବ ସମୟରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ପାଇଁ ଧାମନଗର ମୁଖ୍ୟ ରାସ୍ତାଟି ଜନଗହଳି ପୂର୍ଣ୍ଣ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରେ। କଟକ, ପୁରୀ, ଭୁବନେଶ୍ୱରକୁ ଯାତାୟାତ କରୁଥିବା ଲାଇନ ବସ ଏପରିକି ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଉପରେ ଯାଇପାରେ ନାହିଁ। ଏଥି ସହିତ ସ୍କୁଲ କଲେଜକୁ ଛାତ୍ର ଛାତ୍ରୀ ମାନେ ଯାଇପାରନ୍ତି ନାହିଁ।ଏଣୁ ଜୟନଗର ଛକ ଠାରୁ ଧାମନଗର ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ବାଇପାସ ରାସ୍ତା ଅତ୍ୟନ୍ତ ଆବଶ୍ୟକ ହେତୁ ଜିଲ୍ଳା ପ୍ରଶାସନ ପ୍ରସ୍ତାବ ରଖେ।ମାତ୍ର ଏହି ଦୁଇ ରାସ୍ତା ଆବଶ୍ୟକ ବେଳେ ପ୍ରଶାସନର ମନେ ପଡୁଥିବା ବେଳେ ପରବର୍ତ୍ତୀ ସମୟରେ ଏହି ପ୍ରସ୍ତାବ ଫାଇଲ ଭିତରେ ରହିଯାଏ। ଜନସାଧାରଣଙ୍କ ସୁବିଧା ଓ ଘଟୁଥିବା ଟ୍ରାଫିକ ସମସ୍ୟା ଦୂରୀକରଣ ପାଇଁ କାହାର ବି ନଜର କୁ ଆସେନାହିଁ। ଜନସଂଖ୍ୟା ବୃଦ୍ଧି ସହ ଯାନ ବାହନ ବି ବୃଦ୍ଧି ହୋଇଛି ମାତ୍ର ଏହି ଦୁଇ ବାଇ ପାସ ର ସମସ୍ୟା ଦୂର ହୋଇପାରୁନାହିଁ। ପ୍ରକାଶ ଥାଉକି କୋଠାର- ଭଦ୍ରକ ରାସ୍ତା ର କୋଠର ଠାରେ ଦିର୍ଘ ବର୍ଷ ର ସମସ୍ୟା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍‌ତଳ ଙ୍କ ସମୟରେ କାର୍ଯ୍ୟକାରି ହୋଇ ଥିଲା ମାତ୍ର ଉକ୍ତ ଦୁଇ ଟି ରାସ୍ତା ରେ ବାଇପାସ ରାସ୍ତା ନିର୍ମାଣ ହେଲେ ଯାତାୟାତ ରେ ସୁବିଧା ହୋଇପାରିବ ବୋଲି ବିଭିନ୍ନ ମହଲ ରୁ ମତ ପ୍ରକାଶ ପାଇଛି। ଉକ୍ତ ଦୁଇଟି ସ୍ଥାନ ରେ ବାଇ ପାସ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ଜାଗା ମଧ୍ୟ ଚିହ୍ନଟ ହୋଇଛି ମାତ୍ର ଜାଗା ମାଲିକ ମାନେ ଜାଗା ଛାଡୁ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଚି ।ତେବେ କୋଠାର – ବୟାଙ୍ଗଡିହି ବାଇପାସ ରାସ୍ତା ଖୁବ ଶୀଘ୍ର କାର୍ଯ୍ୟ ଆରମ୍ୱ ହେବ ବୋଲି ବିଭାଗୀୟ ଅଧିକାରି ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.