ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ଫନି ଏତେ ଉଗ୍ର ହେଲା କାହିଁକି?

– ଦେବପ୍ରସାଦ ମିଶ୍ର

ବାତ୍ୟା, ବନ୍ୟା, ଦୁର୍ଭିକ୍ଷ, ମରୁଡି, ଅଂଶୁଘାତ ଆଦି ପ୍ରାକୃତିକ ବିପର୍ଯ୍ୟାୟ ହେଲା ଆମ ରାଜ୍ୟ ଓଡିଶାର ଚିର ସହଚର ପ୍ରାକୃତିକ ବିପର୍ଯ୍ୟାୟର ରଣ ଭୂମି ହେଲା ଆମ ରାଜ୍ୟ ଓଡିଶା ଦୁଇ ଶହ ବର୍ଷରେ ଆମ ଓଡିଶାରେ କେତେ ଯେ ଏପରି ପ୍ରାକୃତିକ ବିପର୍ଯାୟ ଘଟିଯାଇଛି ତାହା ଆମେ ପୁରୁଣା ରେକର୍ଡପତ୍ରରୁ ସଂଗ୍ରହ କରି ପ୍ରକାଶ କରିଛୁ, ଏଥିରେ ଆମ ରାଜ୍ୟବାସୀ ଚିର ଅଭ୍ୟସ୍ତ, ତେବେ ଆଜିର ବିଂଶ ଶତାବ୍ଦୀର ବିଜ୍ଞାନ ଯୁଗରେ ମଧ୍ୟ ଆମେ ପ୍ରକୃତିର ସଂହାର ଆଗରେ କେତେ ତୁଚ୍ଛ ତାହା ଗଲା ଫନି ମହାବାତ୍ୟା ବା ପ୍ରଳୟଙ୍କରୀ ବାତ୍ୟା ତାର ଉଦାହରଣ।

ଅତୀତରେ ୧୯୬୭, ୧୯୭୧, ୧୯୯୯, ୨୦୧୩ ର ବାତ୍ୟା ଫାଇଲିନ, ୨୦୧୪ ର ହୁଡହୁଡ, ୨୦୧୮ ରେ ଆସିଥିଲା ତିତଲି ତା ପରେ ୨୦୧୯ ମେ ମାସ ୩ ତାରିଖରେ ଆମ ରାଜ୍ୟରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟା ଫନି ଅତୀତର ପୃଷ୍ଠା ଓଲଟାଇଲେ ଜଣାପଡେ ଯେ ସାଧାରଣତଃ ଆମ ରାଜ୍ୟରେ ହାତୀଗୁମ୍ଫା ଶୀଳାଲେଖ ଅନୁଯାୟୀ ସାଧାରଣତଃ ପ୍ରାକ ମୌସୁମୀ ଏପ୍ରିଲ – ମେ ଓ ମୌସୁମୀ ପରବର୍ତ୍ତୀ ଅକ୍ଟୋବର- ଡିସେମ୍ବର ସମୟରେ ବଙ୍ଗୋପସାଗରରେ ଅସ୍ଥିରତା ଦେଖାଯାଏ ଯାହା କି ବାତ୍ୟା ବା ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହୁଏ ସାଧାରଣତଃ ବର୍ଷା କାଳରେ ଜୁନ – ସେପ୍ଟେମ୍ବର ରେ ବାତ୍ୟା ପ୍ରାୟ ହୋଇନଥାଏ। ବାତ୍ୟା ପ୍ରଥମେ ଲଘୁ·ପରୁ ଆରମ୍ଭ ହୁଏ ଓ ପରେ ଝଡର ରୂପ ନିଏ ତେବେ ଆମ ରାଜ୍ୟରେ ମେ, ସେପ୍ଟେମ୍ବର ଓ ଅକ୍ଟୋବରରେ ମଧ୍ୟ ଭୟଙ୍କର ବାତ୍ୟା ଗୁଡିକ ସଂଘଟିତ ହୋଇଛି, ଭୀଷଣରୁ ଅତୀ ଭୀଷଣ ରୂପ ନେଇ ଉପକୂଳକୁ ଛାରଖାର କରିଦେଇଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ୨୦ ବର୍ଷ ତଳର ମହାବାତ୍ୟାକୁ ମନେ ପକାଇ ଦେଇଛି, ସେଦିନ ଶୁକ୍ରବାର ଥିଲା ଫନି ବି ସେହି ଶୁକ୍ରବାର ଦିନ ଘଟିଥିଲା ଅବଶ୍ୟ ସେତେବେଳର ପବନର ଗତି ବର୍ତ୍ତମାନ ନଥିଲା କି ବାତ୍ୟା ଏତେ ଦୀର୍ଘ ସମୟ ଯାଏ ତାର ତାଣ୍ଡବ ଘଟାଇନଥିଲା।ତେବେ କଥା ହେଉଛି ୨୦ ବର୍ଷ ତଳର ସମୟ କାଳ ପାତ୍ର ଓ ସ୍ଥିତି ମଧ୍ୟ ବର୍ତ୍ତମାନ ସ୍ଥିତି ଠାରୁ ଭିନ୍ନ ବର୍ତ୍ତମାନ ଭିତ୍ତିଭୂମି ଯୋଗାଯୋଗ ଟେକ୍ନୋଲୋଜିରେ ଆମେ ବହୁ ଆଗୁଆ ତଥାପି ଆମେ ଏ ପର୍ଯ୍ୟନ୍ତ ଫନି ବାତ୍ୟାର କରାଳ ରୂପକୁ ଭୋଗୁଛୁ ପୁରୀ ସହରରେ ଏ ମହାବାତ୍ୟା କୁ ନେଇ ଜଣେ ବୟସ୍କ ସେବାୟତ ଲୋକଙ୍କୁ ତାଙ୍କ କ୍ଷୋଭ ପ୍ରକାଶ କରି କହୁଥିଲେ ଆରେ ଏ ପ୍ରକୃତିର କୋପ ଆଗରେ ଆମେ ତୁମେ କିଛି ନୁହେଁ, ଆମେ ତୁମେ କିଛି କରିପାରିବନି ସବୁ ସେଇ ପ୍ରକୃତି ବ୍ରହ୍ମ ଜଗନ୍ନାଥେ ଯେଉଁଠୁ ଆସିଛେ ସେଇଠି ଲିନ ହେବା ଜଗାର ଆମକୁ ଏଇ ଆଗୁଆ ସୂଚନା ଆଜିଠୁ ସାବଧାନ ହୁଅ ସତ ମାର୍ଗରେ ପରି·ଳିତ ହୁଅ ନିଜ ସ୍ୱାର୍ଥ ଲାଗି ପ୍ରକୃତି ସହିତ ଖେଳ ନାହିଁ ଦେବସ୍ୱ ବ୍ରହ୍ମସ୍ୱ ସବୁ ଚଳୁ କରୁଛ ଦୁର୍ନୀତି ଅନୀତି ଅନ୍ୟାୟ ରେ ଦିନ କାଟୁଛ ସେଇ ଜଗାର ଖାଇ ତାକୁ ହିଁ ଅସମ୍ମାନ କରୁଛ ତାକୁ ଠିକ ରୂପେ ପୂଜା ବିଧି କରୁନ ତାକୁ ଦିନ ଦିନ ଧରି ଖଡା ଉପବାସ ରଖୁଛ। ତୁମେ ଉଭୟ ସେବକ ପୂଜକ ମନ୍ଦିର ପ୍ରଶାସକ ବେଳ ଥାଉ ଥାଉ ଜାଗ୍ରତ ହୁଅ ନଚେତ ଏମିତି ବାତ୍ୟାରେ ଭାସିଯିବ। ଏତେ ବାତ୍ୟା ବନ୍ୟା ଯାଉଛି ସବୁ ସିଏ ଅଟକାଇ ଶ୍ରୀକ୍ଷେତ୍ର ବାସୀଙ୍କୁ ଘଣ୍ଟ ଘୋଡାଇ ରଖିଥିଲା ଏତେ ଦିନ ପରେ ଘୋର ଅନ୍ୟାୟ ସହି ନ ପାରି ଆମକୁ ତୁମକୁ ସମସ୍ତଙ୍କୁ ଆଗୁଆ ଚେତାବନୀ ଦେଲା ଏହା ଉଭୟ ରାଜା ଯିଏ ଶାସନ କରୁଛି ତାକୁ ଏବଂ ଆମଭଳି ପ୍ରଜାଙ୍କୁ ବିଜ୍ଞାନ ଆଗେଇଛି ଆମେ ସ୍ମାର୍ଟ ସିଟି ରେ ରହୁଛୁ ଆମେ ସବୁ ଯାହା ·ହିଁବୁ କରିବୁ କାଇଁ ଏତେତ ବିଜ୍ଞାନ ନେଟ କମ୍ପୁ୍ୟଟର କହୁଛ କାହିଁ ଏ ଫନି ମହାବାତ୍ୟାକୁ ଭୂପୃଷ୍ଠରୁ କି ଆକାଶ ମାର୍ଗରୁ ରକେଟ ମାରି ଉଡେଇ ଦେଲନି କି ଅନ୍ୟତ୍ର ଘୁଞ୍ଚଇ ଦେଲନି ? ଆରେ ଏ ବାତ୍ୟାକୁ ବି ସେଇ ପ୍ରକୃତି ବ୍ରହ୍ମ ସୃଷ୍ଟି କରିଛି ସେହିଁ ସୃଷ୍ଟି ସେହିଁ ପ୍ରଳୟ ଗର୍ବ ଅଂହକାର ମୁଁ କୁ ଛାଡ ସତ୍ ମାର୍ଗରେ ପରି·ଳିତ ହୁଅ। ଏ ହିଁ ପ୍ରଳୟର ପୂର୍ବଭାସ ଏଠି ରାଜା ପ୍ରଜା ସବୁ ସମାନ ସର୍ବେ ହୋଇଣ ଏକ ମୁଖ ଡାକିବ ନାରାୟଣ ରଖ ବାତ୍ୟା ଦିନ ମନ୍ଦିର ସିଂହଦ୍ୱାର ପତିତପାବନଙ୍କ ପାଖେ କିଛି ସେବକ ଉପରକୁ ହାତ ଟେକି ସେହି ନୀଳାଚଳ ବାନାକୁ ଡାକି ଗୁହାରୀ କରୁଥିଲେ ପ୍ରଭୁ ଆପଣଙ୍କ ଆସ୍ଥାନ ଆପଣଙ୍କ ପ୍ରଜା ଆମକୁ ଏ ପ୍ରଳୟରୁ ରକ୍ଷା କର। ଏ କଥା ଶୁଣି କେତେ ମୁହଁ ମୋଡି ପଳାଉଥିଲେ କିନ୍ତୁ ବାସ୍ତବରେ ଏହା ହିଁ ସତ୍ୟ। କିନ୍ତୁ ପରିସ୍ତିଥିକୁ ନେଇ ବି·ର କଲେ ଜଣାଯାଏ ଯେ, ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ସମୟ ସକାଳ ୧୦.୩୦ ପାରାଦ୍ୱୀପର ଦକ୍ଷିଣ – ପଶ୍ଚିମ ପଟେ ଜଗତସିଂହପୁର ଜିଲ୍ଲାର ଏରସମା – ବାଲିକୁଦା ମଝିରେ ସ୍ଥଳଭାଗ ଛୁଇଁଥିଲା ମହାବାତ୍ୟା ଏହାର ପାଞ୍ଚଦିନ ଆଗରୁ ଅର୍ଥାତ ୧୯୯୯ ମସିହା ଅକ୍ଟୋବର ୨୪ ତାରିଖ ଦିନ ଲଘୁ·ପ ରୂପରେ ଏହାକୁ ଠାବ କରାଯାଇ ଥିଲା। ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ୫୫୦ କିଲୋମିଟର ପୂର୍ବକୁ ଏକ ଲଘୁ·ପ ସୃଷ୍ଟି ହୋଇଥିଲା। ୩୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୬୦ କିଲୋମିଟର ବେଗରେ ପବନ ବହିଥିଲା ସମୟ ସମୟରେ ପବନର ବେଗ ଘଣ୍ଟାକୁ ୩୦୦ କିଲୋମିଟର ବେଗରେ ବହୁଥିଲା ପବନର ବେଗ ଏତେ ଅଧିକ ଥରଲା ଯେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର କି ପାରାଦ୍ୱୀପରେ ଲାଗିଥିବା ବେଗ ମାପକ ଯନ୍ତ୍ର ଏନୋମିଟର ମଧ୍ୟ ଅକାମୀ ହୋଇପଡିଥିଲା। ପାଣିପାଗ ବିଜ୍ଞାନୀ କେନ୍ଦ୍ର ଏ ବାତ୍ୟା ପୁରୀରେ ମାଡହେବ ବୋଲି କହିଥିଲା କିନ୍ତୁ ଶେଷ ମୁହୁର୍ତ୍ତରେ ବାତ୍ୟା ତାର ଦିଗ ବଦଳାଇ ଦେଇଥିଲା ପାରାଦ୍ୱୀପ ଥିଲା ମହାବାତ୍ୟାର ଆଖି ବା କେନ୍ଦ୍ରସ୍ଥଳୀ ଏହାର ପରିଧି ବ୍ୟାପିଥିଲା ୨୦୦ କିଲୋମିଟର ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବରେ ଓଡିଶା ଉପକୂଳରେ ତିନିଦିନ ଧରି ମୁଷଳ ଧାରାରେ ବର୍ଷା କୁଢେଇଥିଲା ସମୁଦ୍ରରୁ ୭ ରୁ ୧୦ ମିଟର ଉଚ୍ଚରେ ଜୁଆର ଉଠି ସ୍ଥଳଭାଗକୁ ମାଡି ଆସିଥିଲା ଉପକୂଳବର୍ତ୍ତୀ ୧୪ ଟି ଜିଲ୍ଲା ୨୮ ଗୋଟି ସହର ସମେତ କଟକ ଭୁବନେଶ୍ୱର ୪୫ ରୁ ୯୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିଲା ସରକାରୀ ହିସାବରେ ୧୦ ହଜାର ଲୋକ ମରିଥିଲେ।

୨୦୧୯ ମେ ମାସ ୩ ତାରିଖରେ ଉପକୂଳ ଓଡିଶାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ବାତ୍ୟା ଫନି ଉପକୂଳରେ ଏହା ଏତେ ଉଗ୍ର ରୁପ ଧାରଣ କଲା କାହିଁକି ? ଯଦିଓ ଏହା ବାତ୍ୟା ଋତୁ ନୁହଁ ତଥାପି ଗଲା ଦୀର୍ଘ ୫୨ ବର୍ଷର ବାତ୍ୟା ଇତିହାସକୁ ହିସାବ ନେଲେ ଜଣାଯାଏ ଏସମୟ ମଧ୍ୟରେ ୯ ଗୋଟି ସାମୁଦ୍ରିକ ଝଡ ଏହି ମେ ମାସରେ ସଂଘଟିତ ହୋଇଥିଲା କିନ୍ତୁ ଏ ଫନି ଏମାନଙ୍କଠାରୁ ଭିନ୍ନ କାହିଁକି ? ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଡିକ ମଧ୍ୟରେ ଏ ଫନି ଦୀର୍ଘ ଦିନ ଧରି ସମୁଦ୍ର ମଧ୍ୟରେ ତିଷ୍ଠି ରହିଥିଲା ୨୦୧୯ ଏପ୍ରିଲ ମାସ ୨୪ ତାରିଖରୁ ଏ ଫନି ସମୁଦ୍ର ମଧ୍ୟରେ ଲଘୁ·ପ ରୂପ ନେଇ ପ୍ରାୟ ୧୧ ଦିନ କାଳ ତିଷ୍ଠି ରହିଥିଲା ଯେତେଦିନ କାଳ ଏ ସମୁଦ୍ରରେ ରହିଲା ସିଏ ଅଧିକରୁ ଅଧିକ ବଳ ବା ଶକ୍ତି ସଂଗ୍ରହ କଲା ତାହା ଅନ୍ୟ ଘଟିଯାଇଥିବା ବାତ୍ୟା ଗୁଡିକରେ ଦେଖିବାକୁ ମିଳି ନ ଥିଲା ବଙ୍ଗୋପସାଗରରେ ଅତୀତରେ ଯେତେ ଗୁଡିଏ ବାତ୍ୟା ସଂଘଠିତ ହୋଇଛି ସେଗୁଡିକ ୫ ରୁ ୭ ଦିନ ମଧ୍ୟରେ ରହେ ବାତ୍ୟା ଯେତେ ଅଧିକ ଦିନ ସମୁଦ୍ରରେ ରହିବ ତାହା ସେତେ ଶକ୍ତିଶାଳୀ ହେବ ଏ ପ୍ରାୟ ୧୦ ରୁ ୧୧ ଦିନ ସମୁଦ୍ରରେ ରହିଗଲା ଫନିବାତ୍ୟା ଇକ୍ୱେଡରରୁ ସୃଷ୍ଟି ହୋଇଥିଲା ଫନି ଯେଉଁଦିନ ସୃଷ୍ଟି ହେଲା ସେ ଦିନ ପାଣିପାଗ ବିଭାଗ ଏହାକୁ ପୂର୍ବାନୁମାନ କରି କହିଥିଲା କି ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରିବ କିନ୍ତୁ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଗତିପଥ ବଦଳାଇ ଦେଇ ଓଡିଶା ମୁହାଁ ହେଲା ଯଦି ଏହା ତାମିଲନାଡୁରେ ଲ୍ୟାଣ୍ଡଫଲ କରିଥାନ୍ତା ତେବେ ଏହା ଏତେ ଉଗ୍ରରୁପ ନେଇ ନଥାନ୍ତା କାରଣ ଏହା କମ ଦିନରେ ଉପକୂଳ ଛୁଇଁଥାନ୍ତା ଆଉ ଗୋଟିଏ କାରଣ ହେଲା ଏପ୍ରିଲ – ମେ ମାସରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଭାରତୀୟ ଉପକୂଳରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡେ କିନ୍ତୁ ଫନିର ଉତ୍ପତ୍ତି ଇକ୍ୱେଡର ଅଞ୍ଚଳରୁ ହୋଇଥିବାରୁ ଏହାର ଶକ୍ତି ଓ ଗତିପଥରେ ବ୍ୟତିକ୍ରମ ଦେଖାଦେଲା ଫନି ପୁରୀରେ ଲ୍ୟାଣ୍ଡଫଲ କରି ଉପକୂଳ ଲଙ୍ଘିବା ପାଇଁ ଦୁଇଘଣ୍ଟା ସମୟ ନେଇଥିଲା ସେହି ସମୟରେ ଏହା ବିଚିତ୍ର ତାଣ୍ଡବ ଘଟାଇଲା ପବନର ବେଗ ତିବ୍ର ହେବାସହ ଏହା ଗୋଟିଏ ନିର୍ଦ୍ଧିଷ୍ଟ ଦିଗରୁ ଅନ୍ୟ ଦିଗକୁ ନଯାଇ ·ରିପଟୁ ପବନ ବହି ଉପକୂଳକୁ ·ରିଦିଗରୁ ଗୁରାଣ୍ଡି ଦେଇଥିଲା ଫଳରେ ବହୁ ଗଛ ପତ୍ର, ବିଦ୍ୟୁତ ଖୁଣ୍ଟ, ଟାଓାର ଗୁଡିକ ମୋଡିଦେଇ ଧରାଶାୟୀ କରିଥିଲା କିନ୍ତୁ ମୁଷଳ ଧାରାରେ ବର୍ଷା ନଥିଲା କିନ୍ତୁ ସମୁଦ୍ରରେ ଢେଉର ଉଚ୍ଚତା ୧୦ ଫୁଟରୁ ଅଧିକ ଥିଲା ପବନର ଗତି ଘଣ୍ଟା ପ୍ରତି ୨୦୦ କିଲୋମିଟର ରୁ ଅଧିକ ଥିଲା ୧୯୭୧ ମସିହା ଅକ୍ଟୋବର ୧୭ ତାରିଖ ବାତ୍ୟାରେ ପୁରୀ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଥରେ ସକାଳ ୧୧ଟା ୪୫ ମିନିଟରେ ପୁଣିଥରେ ଅପରାହ୍ନ ୪ଟା ବେଳକୁ ଆଉଥରେ ଏପରି ଦୁଇଥର ଛିଣ୍ଡି ଉଡିଯାଇ ଥିଲା ଏଥର ମଧ୍ୟ ପ୍ରଶାସନ ପକ୍ଷରୁ ଲାଗିଥିବା ୫ ଫୁଟିଆ ବାନା ମଧ୍ୟ ଫନି ବାତ୍ୟାରେ ଛିଣ୍ଡିଗଲା ପୁରୀର ସମୁଦ୍ର କୁଳରେ ଥିବା ହୋଟେଲ ଗୁଡିକୁ ଲକ୍ଷ କଲେ ଜଣା ପଡିବ ବାତ୍ୟା ଗୋଟିଏ ନିର୍ଦ୍ଧିଷ୍ଟ ଦିଗରୁ ନଆସି ଘନ ଘନ ଦିଗ ପରିବର୍ତ୍ତନ କରି ମାଡ ହେଉଥିବାରୁ ସମୁଦ୍ରକୂଳ ବଳିଆ ପଣ୍ଡା ଅଚଂଳକୁ ଧୂଳିସାତ କରିଦେଇ ଥିଲା ଭାଙ୍ଗିଥିବା ଗଛପତ୍ରକୁ ଅନୁସନ୍ଧାନ କଲେ ଜଣା ପଡିବ ଗଛଗୁଡିକୁ କିଏ ଛାଲି ଦେଇଛି ଓ କଞ୍ଚାଗଛ ଗୁଡିକୁ କିଏ ଶୋଷିଦେଇ ତହିଁରୁ ରସ ଶୋଷିନେଇ ଶୁଖାଇ ଦେଇଛି। ବାହାରର ପାଣିପାଗ ବିଶେଷଜ୍ଞମାନେ ଇଣ୍ଟରନେଟରେ ଏ ଦୃଶ୍ୟ ଦେଖି ମତ ଦେଲେଣି ଯେ ଆମ ଜଳବାୟୁରେ ବିଶେଷ ପରିବର୍ତ୍ତନ ଘଟୁଥିବା ଯୋଗୁଁ ହିଁ ଝଡ ଗୁଡିକର ତିବ୍ରତା ବା ପ୍ରକୋପରେ ସମୟାନୁକ୍ରମିକ ବୃଦ୍ଧି ଘଟୁଥିବାରୁ ଏପରି ଘଟିଛି ମନୁଷ୍ୟର ଅପକର୍ମ ଗୁଡିକ ଯୋଗୁଁ ଅବଶ୍ୟ ବାୟୁମଣ୍ଡଳରେ ସବୁଜ ଘର ପ୍ରଭାବ ଏକ୍ସରରଦ୍ଭ ଷକ୍ଟଙ୍କଗ୍ଦର ରଲଲରମଗ୍ଧ ସୃଷ୍ଟିକାରୀ ଗ୍ୟାସ ଗୁଡିକର ମାତ୍ରାରେ ସମୟାନୁକ୍ରମିକ ବୃଦ୍ଧି ଘଟୁଛି ତାର ମଧ୍ୟ ପ୍ରଭାବ ଯୋଗୁଁ ଏପରି ହେଉଥିବା ଅନୁମେୟ, ଏହି ଫନି ବାତ୍ୟାର ଆଖିର ପରିସର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଥିଲା ଏହି ବାତ୍ୟାରେ ଆଖିର ପରଧି ୨୮ କିଲୋମିଟର ଥିଲା ବାତ୍ୟା ଫନି ଉପକୂଳ ପୁରୀ ଟପିବା ପରେ ଭୁବନେଶ୍ୱରରେ ପହଞ୍ଚିବା ପର୍ଯ୍ୟନ୍ତ ବାତ୍ୟାର ତିବ୍ରତା ସମାନଥିଲା ପବନର ବେଗ ମଧ୍ୟ ବୃଦ୍ଧି ପାଇ ତାର ଦିଗ ପରିବର୍ତ୍ତନ କରୁଥିଲା। ଦ୍ରୁତ ବେଗରେ ପବନ ଓ ଏହାର ଗତି ଯୋଗୁଁ ସ୍ଥଳଭାଗରେ ଫନି ତାଣ୍ଡବ ରଚିଥିଲା ତେବେ ଏହି ତାଣ୍ଡବ ଅଧିକ ମାତ୍ରାରେ ହୋଇଥାନ୍ତା ଯଦି ଏହା ଅଧିକ ସମୟ ସ୍ଥଳଭାଗରେ ସ୍ଥିର ହୋଇ ରହିଥାନ୍ତା।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top