Home କେନ୍ଦୁଝର ପଢ଼ିଆରିପଲ୍ଲୀରେ ଭଙ୍ଗା ପୋଲ ଉପର ଦେଇ ଯାତାୟତ କରୁଛନ୍ତି ଲୋକେ

ପଢ଼ିଆରିପଲ୍ଲୀରେ ଭଙ୍ଗା ପୋଲ ଉପର ଦେଇ ଯାତାୟତ କରୁଛନ୍ତି ଲୋକେ

169

ହାଟଡ଼ିହି, ୨୫/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ପଢ଼ିଆରିପଲ୍ଲୀ ଗ୍ରାମ ରାସ୍ତାରେ ଏକ ପୋଲ ଭାଙ୍ଗି ପଡିଥିବାବେଳେ କେହି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ପଢ଼ିଆରିପଲ୍ଲୀ ତଳସାହିର ଏହି ରାସ୍ତା ଉପର ଦେଇ ୨୦ଟି ପରିବାରର ଦୁଇଶହରୁ ଉର୍ଦ୍ଧ ଲୋକ ଯାତାୟତ କରୁଥିବାବେଳେ ପୋଲଟି ଭାଙ୍ଗି ଯାଇଥିବାରୁ କେତେବେଳେ ଯେ କଣ ଦୁର୍ଘଟଣା ନଘଟିବ ଏନେଇ ଭୟଭିତ ଅବସ୍ଥାରେ ଅଛନ୍ତି ଲୋକମାନେ । ଅନେକ ସମୟରେ ଏହି ଭଙ୍ଗାପୋଲରେ ଗୋରୁ ଗାଈଙ୍କ ଗୋଡ ପସିଯାଇ ଗୋରୁ ଗାଈ ଆହତ ହେଉଥିବାବେଳେ ଚାଲିକରି ଯାଉଥିବା ଲୋକଙ୍କ ଗୋଡ କେତେବେଳେ ଯେ ନପସିବ ତାହା କହିହେବ ନାହିଁ । ତେଣୁ ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପୋଲଟିକୁ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମର ଅଶୋକ ରାଉତ, ଗୋବିନ୍ଦ ଜେନା, ରବିନ୍ଦ୍ର ଜେନା, ତାପସ ଜେନା, ରବିନ୍ଦ୍ର ରାଉତ, ଲକ୍ଷ୍ମୀଧର ସତପଥି, ସନ୍ତୋଷ ସତପଥି, ଆଲୋକ ରାଉତ, ମଞ୍ଜୁଶ୍ରୀ ରାଉତ, ଅମର ଜେନା, ଦୀନବନ୍ଧୁ ଜେନା ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.