Home ଜିଲ୍ଲା ପରିକ୍ରମା ପ୍ରେରଣାର ଉତ୍ସ ଥିଲେ ଶାନ୍ତିଲତା ନାଗ

ପ୍ରେରଣାର ଉତ୍ସ ଥିଲେ ଶାନ୍ତିଲତା ନାଗ

12

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦିବଂଗତ ଶାନ୍ତିଲତା ନାଗ ଜଣେ ସାହିତ୍ୟିକା, ସମାଜସେବିକା, ସଂଗଠିକା, ଅନୁଷ୍ଠାନପ୍ରେମୀ ଓ ପରୋପକାରୀ ମହିଳା ଥିଲେ । ଅନେକ ଅନୁଷ୍ଠାନ ନିଜ ହାତରେ ଗଢ଼ିଥିଲେ, ତାହା ତାଙ୍କୁ ଚିର ସ୍ମରଣୀୟ କରିରଖିବ ବୋଲି ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଛି । ସ୍ତମ୍ଭକାର ବାସୁଦେବ ବାରିକଙ୍କ ସଭାପତିତ୍ୱରେ ଶାନ୍ତିଲତା ସ୍ମୃତି କମିଟି ପକ୍ଷରୁ ପ୍ରଜାପତି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଅଧିବକ୍ତା ଅତିଶ କୁମାର ବେହେରା ସଂଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବରେଣ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଓ ଅନ୍ୟତମ ଅତିଥି ଭାବେ ପୌର ଅଧ୍ୟାକ୍ଷା ଗୁଲ୍ମକୀ ହବିବୀ ଦଲୱାଜୀ ଓ ଇଂ. ନାରାୟଣ ନାଗ ପ୍ରମୁଖ ଯୋଗଦେଇ ଶାନ୍ତିଲତା ନାଗ ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ପରକୁ ଆପଣା କରିପାରିବାର ଏକ ସ୍ୱତନ୍ତ୍ର କଳା ତାଙ୍କ ପାଖରେ ଥିଲା । ଏହି କ୍ରମରେ ସେ ଅନେକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ଆଜି ତାଙ୍କ ମହାପ୍ରୟାଣର ଏକ ବର୍ଷ ପରେ ମଧ୍ୟ ସେ ସମସ୍ତଙ୍କ ସ୍ମୃତି ମାନସରେ ଜୀବିତ ହୋଇରହିଛନ୍ତି ବୋଲି କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ସ୍ୱୟଂସିଦ୍ଧା ଶାନ୍ତି’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ଶାନ୍ତିଲତାଙ୍କ ସ୍ୱରଚିତ ସଂଗୀତ ‘ଧରଣୀ ଧର ସଂଗୀତ ଏକାଡେମୀ’ ଓ ‘ଉତ୍ପଳ ଚାନ୍ଦ’ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ବଳରାମ ମିଶ୍ର, ଡ. ଶଶଧର ଦାସ, ଅଜୟ ନାୟକ, ଏସ୍‌.ଏମ୍‌. ଫାରୁକ, ପବିତ୍ର ପାଣିଗ୍ରାହୀ, ଡ. ଭାଗବତ ତ୍ରିପାଠୀ, ରୂପକ ବିହାରୀ ରାୟ, ଝରଣା ପଟ୍ଟନାୟକ, ଗୟାଧର ପଣ୍ଡା, ଅରୁଣ ଖିଲାର, ଡ. ରାଧାରାଣୀ ମହାପାତ୍ର, ନିର୍ମଳ ରାଉତ, ଡ. ହରେକୃଷ୍ଣ ନାୟକ, ଡ. ଗୋଲକ ବିହାରୀ ସାହୁ, ଡ. ମନୀନ୍ଦ୍ର ମହାନ୍ତି, ପ୍ରଭାତ ନଳିନୀ ମହାପାତ୍ର, ଡ. ଦୁର୍ଯ୍ୟୋଧନ ଦାସ, ଗୀତାରାଣୀ ଆଇଚ, ବିଚିତ୍ରାନନ୍ଦ ଦାସ, ରାଜେନ୍ଦ୍ର ବାରିକ, କିଶୋର ମହାପାତ୍ର, ଶାନ୍ତନୁ ରାଉତ, ସୁଧାକର ରାଉତ, ବୈଲୋଚନ ଜେନା, କୈଳାସ ଚନ୍ଦ୍ର ପଣ୍ଡା, ସନ୍ତୋଷ ଆଚାର୍ଯ୍ୟ, କମଳାକାନ୍ତ ସ୍ୱାଇଁ, ସୁଚିତ୍ରା ପାଣିଗ୍ରାହୀ, ବିପ୍ଳବ ହୋତା, ଜାନକୀ ପାଢ଼ୀ, ମନୋରମା ରାୟ, ଚୈତାଳୀ ଖିଲାର, ସଂଯୁକ୍ତା ବଳ, ସୁମିତ୍ରା ପାଣି, ମୁସ୍ତାକ ଗହ୍ୱର, ମନୋରଞ୍ଜନ ଦାସ, ଇନ୍ଦ୍ରମଣି ପଣ୍ଡା, କୃପାସିନ୍ଧୁ ନାୟକ, ପଦ୍ମନ ରାୟ, ଗୌତମ ମହାରଣା, ପ୍ରଭାତ ଜେନା, ରବିନାରାୟଣ ଖିଲାର, ଲଲାଟେନ୍ଦୁ ମହାନ୍ତି, ରମାକାନ୍ତ ମଣ୍ଡଳ, ଚନ୍ଦ୍ରକାନ୍ତ ନାୟକ, ଅମର ପାଣିଗ୍ରାହୀ, ରମେଶ ଦାସ, ପ୍ରଭାକର ପରିଡ଼ା, ମଞ୍ଜୁଶ୍ରୀ ଦାସ, ଦିଲ୍ଲୀପ ନାୟକ, ପ୍ରଦୀପ ପଲାଇ ପ୍ରମୁଖ ଶାନ୍ତିଲତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଉପେନ୍ଦ୍ର କୁମାର ବାରିକ ଶେଷସ୍ପର୍ଶ ଦେଇଥିବା ବେଳେ ଶ୍ରଦ୍ଧାଆୟୂଷ୍ମା, ସିଦ୍ଧାର୍ଥ ବାରିକ, ରାଜଲକ୍ଷ୍ମୀ ବାରିକ, ଭାଗ୍ୟଲକ୍ଷ୍ମୀ ବାରିକ, ବିଜୟ ଲକ୍ଷ୍ମୀ ବାରିକ, ସଂଧ୍ୟା ଶୁଦ୍ଧେସ୍ନା ପ୍ରମୁଖ ଉତ୍ସବ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.