Home ଜିଲ୍ଲା ପରିକ୍ରମା ପ୍ରେମ ସମ୍ପର୍କକୁ ନେଇ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରି ଯୁବତୀ ମୃତ

ପ୍ରେମ ସମ୍ପର୍କକୁ ନେଇ ଦେହରେ କିରାସିନି ଢାଳି ହତ୍ୟା ଉଦ୍ୟମ କରି ଯୁବତୀ ମୃତ

157

ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ବୌଦ୍ଧ ଜିଲ୍ଲା ଅଧିନସ୍ଥ ଘଣ୍ଟାପଡା ଥାନା ଅନ୍ତର୍ଗତ କୁଲତାଯୋର ଗାଁର ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ୨୨ ବର୍ଷର ଯୁବତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଉକ୍ତ ମୃତ ଯୁବତୀ ରବିବାର ବିଳମ୍ବିତ ରାତିରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ। ତେବେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାରଦିନ ସକାଳେ ବଲାଙ୍ଗିର ଭୀମଭୋଇ ମେଡାକାଲ୍ କଲେଜ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗରେ ପଞ୍ଚମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବତୀଙ୍କ ବିବାହ ପାଇଁ ପରିବାର ଲୋକେ ବରପାତ୍ର ଠିକ୍ କରିଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଯୁବତୀର ମା’ ପ୍ରକାଶ କରିଛନ୍ତି। ପ୍ରେମ ସଂପର୍କକୁ କେନ୍ଦ୍ର କରି ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ ହୋଇଛି। ଏ ନେଇ ପୋଲିସ ଶବ ବ୍ୟବଚ୍ଛେଦ କରି ଶରୀର ହସ୍ତାନ୍ତର କରିବା ସହ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.