Home କେନ୍ଦୁଝର ପ୍ରେମିକାକୁ ପୁଲିସ ନେଇଯିବାପରେ ପ୍ରେମିକର ଆତ୍ମହତ୍ୟା

ପ୍ରେମିକାକୁ ପୁଲିସ ନେଇଯିବାପରେ ପ୍ରେମିକର ଆତ୍ମହତ୍ୟା

585

ହାଟଡ଼ିହି, ୧୩ । ୧୦ (ଓଡିଆପୁଅ/ବିକାଶ ବିଶ୍ୱାଳ)କୁହାଯାଏ ପ୍ରେମ ହେଉଛି ଅନ୍ଧ, ଏହା ଜାତି ଧର୍ମ, ବର୍ଣ୍ଣ ଓ ଆଭିଜାତ୍ୟର ବହୁ ଉର୍ଦ୍ଧରେ, ମନରେ ମନ ଥରେ ମିସିଗଲେ ପ୍ରେମ କୁଆଡେ ଅଙ୍କୁରିତ ହୁଏ । ଏମିତି ମନରେ ମନ, ଆଖିରେ ଆଖି ମିଶାଇ ଦୁଇଟି ସରଳ ରେଖା ଗୋଟିଏ ବିନ୍ଦୁରେ ଛେଦ ହେଲାପରି ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ପ୍ରଶାନ୍ତ ଲେଙ୍କାଙ୍କ ଏକମାତ୍ର ପୁଅ ସାଇ ରଞ୍ଜନ ଲେଙ୍କା ଝାଡଖଣ୍ଡ ରାଜ୍ୟ ଗିରିଡି ଜିଲ୍ଲା ମୁକ୍ତାସିର ଥାନା ଅଞ୍ଚଳର ଜଣେ ଯୁବତୀକୁ ଫେସବୁକରୁ ଭଲ ପାଇ ବିବାହ କରିବାକୁ ନେଇ ଆସିଥିଲା । ମାତ୍ର ସ୍ୱପ୍ନ ସାକାର ହେବାପୁର୍ବରୁ ଝାଡଖଣ୍ଡ ମୁକ୍ତାପୁର ଥାନା ପୁଲିସ ନନ୍ଦିପଦା ପୁଲିସ ସହଯୋଗରେ ଗତ୧୧ତାରିଖ ଦିନ ମନୋହରପୁର ଗ୍ରାମରେ ସାଇରଞ୍ଜନଙ୍କ ଘରେ ଚଢ଼ାଉ କରି ଯୁବତୀକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପ୍ରେମିକ ସହିତ ସମ୍ପର୍କ ବିଛିନ୍ନ ହୋଇଯିବାପରେ ସାଇରଞ୍ଜନ ମାନସିକ ଭାରସାମ୍ୟ ହରାଇ ଗତକାଲି କୀଟନାଶକ ପିଇଦେଇ ଥିଲା । ପରିବାର ଲୋକେ ଏହା ଜାଣିବାପରେ ତୁରନ୍ତ ଶାଳଣିଆଁ ଓ ସେଠାରୁ କଟକ ବଡଡାକ୍ତରଖାନାକୁ ନେବା ବାଟରେ ସାଇର ମୃତ୍ୟୁ ଘଟିଥିଲା । ସେ ବାପା ମାଙ୍କ ଏକମାତ୍ର ପୁତ୍ର ଥିବାରୁ ପରିବାର ଲୋକଙ୍କ କ୍ରନ୍ଦନର ଧ୍ୱନିରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.