Home ଓଡ଼ିଶା ପ୍ରଭାବିତ ଲୋକଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭିତ୍ତିଭୂମି ପୁନରୁଦ୍ଧାର...

ପ୍ରଭାବିତ ଲୋକଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ସ୍ଵତନ୍ତ୍ର ଦାୟିତ୍ୱ

1574

ଭୁବନେଶ୍ବର, ୪.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ପୁରୀ ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ କରି ଫନୀ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହାପରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଭାବିତ ଅଞ୍ଚଳର ବିଭିନ୍ନ ଆଶ୍ରୟ ସ୍ଥଳୀରେ ଥିବା ଲୋକମାନଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୁନରୁଦ୍ଧାର ଓ ପୁନଃ ନିର୍ମାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେତେକ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ସ୍ଵତନ୍ତ୍ର ଦାୟିତ୍ବ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସାମଗ୍ରିକ ରିଲିଫ, ପୁନରୁଦ୍ଧାର ଓ ଗୃହ ନିର୍ମାଣ (Overall Relief, Restoration and Housing) କାର୍ଯ୍ୟ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢ଼ୀଙ୍କୁ ଦାୟିତ୍ବ ଦିଆଯାଇଛି। ପାନୀୟ ଜଳ ଓ ବିଦ୍ୟୁତ ପରିବହନ ବ୍ୟବସ୍ଥା (Drinking water and Electricity) ପାଇଁ ଉନ୍ନୟନ କମିଶନର ଶ୍ରୀ ଅସିତ କୁମାର ତ୍ରିପାଠୀ, ବିଭିନ୍ନ ଅଣ ସରକାରୀ ସଂସ୍ଥା ଓ ଆନ୍ତର୍ଜାତୀୟ ସଂସ୍ଥା (Coordination with NGOs and international Organisations) ମାନଙ୍କ ସହିତ ସମନ୍ବୟ ରକ୍ଷା ପାଇଁ କୃଷି ବିଭାଗ ପ୍ରମୁଖ ସଚିବ ଡଃ ସୌରଭ ଗର୍ଗ, ଏବଂ ଆନ୍ତର୍ଜାତୀୟ ସଂସ୍ଥା (Coordination with Media and Material Logistics) ଦାୟିତ୍ବ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କୁ ଦାୟିତ୍ବ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.