Home ଜିଲ୍ଲା ପରିକ୍ରମା ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ମୌଳିକ କର୍ତବ୍ୟ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ମୌଳିକ କର୍ତବ୍ୟ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

14

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧୀକରଣ, କଟକଙ୍କ ପ୍ରଦତ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ଅନୁସାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ତଥା ଜଣେ ବ୍ୟକ୍ତିର ମୌଳିକ କର୍ତବ୍ୟ ସବୁ କ’ଣ ରହିଛି ସେ ସଂପର୍କିତ କାର୍ଯ୍ୟକ୍ରମ ଚରମ୍ପା ସ୍ଥିତ ରହଣିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଲେଞ୍ଜଙ୍କୁ ତଥା କିପରି ସାମାଜିକ ମଣିଷଟିଏର ମୌଳିକ କର୍ତବ୍ୟ ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମକୁ ପୁଣ୍ୟଶ୍ଳୋକ ରଥ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଲ୍‌ଏଡ଼ିଏସର ସଦସ୍ୟ, ମୋଜାହିଦ ଅଖତାର ଖାନ, ତାପସ କୁମାର ମହାନ୍ତି ଏବଂ ପ୍ରତ୍ୟୁଷ କୁମାର ବେହେରା, ସହାୟକ ଶ୍ରମବିଭାଗ ଅଧିକାରୀ, ପି.ଏଲ୍‌.ଭି ମାନଙ୍କ ମଧ୍ୟରେ ଅର୍ଣ୍ଣପୂର୍ଣ୍ଣା ସାହୁ, ଉର୍ମିଳା ପଣ୍ଡା, ସସ୍ମିତା ବାରିକ୍‌, ମଧୁସ୍ମିତା ମଲିକ, ପ୍ରମିଳା ପ୍ରଧାନ, ଚାରୁଲତା ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ ସରକାର କିପରି ସେମାନଙ୍କୁ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ପାଇଁ ସଚେତନଶୀଳ ଏବଂ ସେମାନଙ୍କ ପାଇଁ ଥିବା ଉଦ୍ଦିଷ୍ଟ ଆଇନ୍ ତଥା ମୌଳିକ କର୍ତବ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ୮ଜଣ ଶ୍ରମିକମାନଙ୍କୁ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ କେତେକ ଶ୍ରମିକ ଶ୍ରେଣୀୟ ଲୋକମାନଙ୍କର ସମସ୍ୟାକୁ ମଧ୍ୟ ସମାଧାନ କରାଯାଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କର୍ମୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏଥିରେ ୭୦ରୁ ଉର୍ଦ୍ଧ୍ୱଲୋକ ଯୋଗ ଦେଇଥିଲେ ତଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଆଇନ୍ ସେବା ପ୍ରାଧିକରଣଙ୍କ ପ୍ରଦତ ୧୫୧୦୦ (ଟୋଲଫ୍ରି) ନମ୍ବର ତଥା ଆଇନ୍ ସେବା ପ୍ରାଧିକରଣର କାର୍ଯ୍ୟ ସଂପର୍କରେ ସେଠାରେଥିବା ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.