Home ଜିଲ୍ଲା ପରିକ୍ରମା ପ୍ରବାସୀ ଶ୍ରମିକଙ୍କ ତେଲେଙ୍ଗାନାରେ ମୃତ୍ୟୁ, ଲକ୍ ଡାଉନ୍ ପାଇଁ ଗାଁକୁ ଆସିପାରିଲାନି ଶବ

ପ୍ରବାସୀ ଶ୍ରମିକଙ୍କ ତେଲେଙ୍ଗାନାରେ ମୃତ୍ୟୁ, ଲକ୍ ଡାଉନ୍ ପାଇଁ ଗାଁକୁ ଆସିପାରିଲାନି ଶବ

199

କେନ୍ଦୁଝର, ତା ୨୨ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦୁଧନାଳୀ ଗ୍ରାମର ମାର୍କଣ୍ଡ ମୁଣ୍ଡାଙ୍କ ପୁଅ ଗୌରାଙ୍ଗ ମୁଣ୍ଡା(୨୯)ଙ୍କ ତେଲେଙ୍ଗାନାରେ ଗତ ବୁଧବାର ଦିନ ଆକସ୍ମିକ ମୃତ୍ୟୁ ଘଟିଛି । ମାତ୍ର ଲକ୍ ଡାଉନ୍ ଚାଲିଥିବାରୁ ପରିବାର ଲୋକେ ଗାଁକୁ ଶବ ଆଣି ପାରିନାହାନ୍ତି । ଗୌରଙ୍ଗଙ୍କ ଶବ ସହ କର୍ମୀମାନେ ସେଠାରେ ସତ୍କାର କରିଛନ୍ତି । ଦୁଧନାଳୀ ଗ୍ରାମର ତିନିଜଣ ମହିଳା ଓ ୪ ଜଣ ପୁରୁଷ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡି ଥାନା ଆପ୍ରାପାଲି ଗ୍ରାମରେ ଜଣେ ଠିକାଦାର ନିକଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍‌ ପାଇଁ ସେଠାରେ କାର୍ଯ୍ୟ ବନ୍ଦ ହୋଇଯିବାରୁ ସେମାନେ ଓଡିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କ ପୋର୍ଟାଲ ରେ ରେଜିଷ୍ଟର କରିଥିଲେ । ମାତ୍ର ସେଠାକାର ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ କରିଥିଲେ । ତେବେ ଗୌରାଙ୍ଗଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହେବାରୁ ସହକର୍ମୀମାନେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଗୌରାଙ୍ଗ ମୁଣ୍ଡାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ପାଇବା ପରେ ଗୌରଙ୍ଗଙ୍କ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.