ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର\’ ତରଫରୁ ଜୁନ୍ ୧୩ ତାରିଖରେ ଇଣ୍ଡିଆନ କଲଚରାଲ ସେଂଟର , ଦୋହା ଠାରେ କାତାର ଦେଶରେ ରହୁଥିବା ଓଡିଆ ମାନଂକୁ ନେଇ ରଜ ପର୍ବ ଖୁବ୍ ଧୂମ୍ ଧାମ ରେ ଆୟୋଜିତ ହୋଇଯାଇଛି । ଆତ୍ମିୟତା ଓ ଆତିଥେୟତା ର ଏହି ପର୍ବରେ ଓଡିଶା ର ନିଜସ୍ୱ ଖାଦ୍ୟ ଓ ରନ୍ଧନଶୈଳୀ କୁ ଓଡିଶା ବାହାରେ ଲୋକପ୍ରିୟ କରିବା ଥିଲା ଏହି ଆୟୋଜନ ର ମୂଳ ଲକ୍ଷ୍ୟ । ଅନେକ ପ୍ରକାରର ପିଠା,ପଣା ଓ ସୁସ୍ୱାଦୁ ଖାଦ୍ୟ ସାଂଗକୁ ନାଚ,ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଥିଲା । \’ଉତ୍କଳିକା କାତାର\’ ର ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣ ସାଂଗକୁ ସଂଗଠନ ର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କାତାର ସ୍ଥିତ ରାଜାଗିରୀ ପବ୍ଲିକ୍ ସ୍କୁଲ ର ଉପାଧ୍ୟକ୍ଷ ଶ୍ରୀ ରାଧାକ୍ରୀଷ୍ଣନ୍ ଶଂକରନ୍ ନାୟାର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷ ଦଶମ ତଥା ଦ୍ୱାଦଶ ଶ୍ରେଣୀରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିବା ଉତ୍କଳିକା କାତାରର ଛାତ୍ର ଛାତ୍ରୀ ମାନଂକୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଓଡିଆ ଅସ୍ମିତାର ଆବର୍ତମାନରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଂକନ ତଥା ବକ୍ତୃତା ପ୍ରତିଯୋଗୀତାରେ ବିଜୟୀ ପ୍ରତିଯୋଗୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରବାସୀ ଓଡିଆ ମାନେ ରଜ ମଉଜ ସାଂଗକୁ ଲକିଡ୍ର ର ମଜା ନେଇଥିଲେ । \’ଉତ୍କଳିକା କାତାର\’ ର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, କୋଷାଧ୍ୟକ୍ଷ ତୁଷାର ରଂଜନ ମିଶ୍ର ,ପରିଚାଳନା ସମିତି ର କାର୍ଯ୍ୟକର୍ତା ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପ୍ରୀୟଦର୍ଶନୀ ସେନାପତି, ପୁନମ୍ ଜାନପ୍ପାରେଡ୍ଡି,ରଶ୍ମିତା ମିଶ୍ର, ପ୍ରିୟଦର୍ଶୀ ଦାଶ, ସତ୍ୟଜିତ ସାମଲ, ଓମ୍ ପ୍ରକାଶ ପରିଡା,ପରମାନନ୍ଦ ରାଉତ, ବିଭୂ ଆଚାର୍ଯ୍ୟ, ସୁନୀଲ ଡାକୁଆ, ଜଗନ୍ନାଥ ଗନ୍ତାୟତ ପ୍ରମୂଖ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନର ଉପଦେଷ୍ଠା ଖାରବେଳ ପାଣିଗ୍ରାହୀ, ଡା. ଶାରଦା ପ୍ରସାଦ ଡାକୁଆ, ଦୀପକ ପଟେଲ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ଦର୍ଶକ ମାନଂକୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସଂନ୍ଧ୍ୟାର ସମାପନ ହୋଇଥିଲା ।