Home ଜିଲ୍ଲା ପରିକ୍ରମା ପ୍ରବଳ ଜୁଆର ସତ୍ତ୍ୱେ ପର୍ଯ୍ୟଟକମାନେ ସମୁଦ୍ର ଗାଧୁଆର ମଜା ନେଉଛନ୍ତି

ପ୍ରବଳ ଜୁଆର ସତ୍ତ୍ୱେ ପର୍ଯ୍ୟଟକମାନେ ସମୁଦ୍ର ଗାଧୁଆର ମଜା ନେଉଛନ୍ତି

69

ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ସମୁଦ୍ର ଜୁଆରିଆ ହେବା ସହ ଉଚ୍ଚାଳହରୀ ମାନ ସମୁଦ୍ରରେ ଆସୁଥିବା ଦେଖାଯାଉଛି।

କୋଭିଡ କଟକଣା ନଥିବା ଯୋଗୁଁ ସହରରେ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିରହିଛି। ଆଜି ଏ ସମୁଦ୍ରରେ ପ୍ରବଳ ଜୁଆର ଉଠୁଥିବାବେଳେ ଶହଶହ ସଂଖ୍ୟାରେ ପୁରୁଷ ମହିଳା ଓ ପିଲାମାନେ ସମୁଦ୍ରରେ ନିର୍ଭୟରସହ ସ୍ନାନ କରୁଥିବା ଦେଖାଯାଇଥିଲା। ଅତୀତରେ ଏହି ବେପରୁଆ ସ୍ନାନ ଓ ଲହଡି ମାଡ଼ରେ ଅନେକଙ୍କ ଜୀବନହାନୀ ହେବାସହ ଆହତ ହୋଇଥିବା ଘଟଣା ନଜିର ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ସମୁଦ୍ର ଭିତରକୁ ନଯିବାପାଇଁ କୌଣସି କଟକଣା ପର୍ଯ୍ୟଟକମାନଙ୍କ ପାଇଁ ସୂଚନା ଦିଆଯାଉନଥିବା ଅଭିଯୋଗ ହେଉଛି। ଆଜି ତୁହାକୁତୁହା ବର୍ଷା ଲାଗିରହିଥିବାବେଳେ ପର୍ଯ୍ୟଟକ ମାନଙ୍କର ଭିଡ଼ ସମୁଦ୍ର ବେଳାଭୂମିରେ ଲାଗିରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.