Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ମୋଦି ଜନ୍ମଦିନ; ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ

ପ୍ରଧାନମନ୍ତ୍ରୀ ମୋଦି ଜନ୍ମଦିନ; ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ

112

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବେ ପାଳନ ଅବସରରେ ଦଳର ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କରାଯାଉଛି । ଏହି ଅବସରରେ ଗତ ୧୪ ତାରିଖରୁ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ ସୋମବାର ଓ ମଙ୍ଗଳବାର ଏହି ଉପଲକ୍ଷେ ବୃକ୍ଷରୋପଣ କରାଯାଇଥିଲା । ବୁଧବାର ଶ୍ରୀ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଗିରିଶ ସାମଲ, ଜିଲ୍ଲା ସମ୍ପାଦିକା ଜୟସ୍ମୀତା ଗୋଚ୍ଛାୟତ, ମହିଳା ମୋର୍ଚ୍ଚ ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଦଳୀୟ ନେତା ଜଗବନ୍ଧୁ ଦାସ, ମୃତ୍ୟୁଞ୍ଜୟ ଗୋଚ୍ଛାୟତ, ସୁବାଷ ପାତ୍ର, ଚିନ୍ମୟ ଦାସ, ଭୀମସେନ ନାୟକ, ଅମୁଲ୍ୟ ସେଠୀ, ଜିତେନ୍ଦ୍ର ନାୟକ, ଦେବେନ୍ଦ୍ର ବରାଳ, କରୁଣାକର ତରାଇ ପ୍ରମୁଖ ମେଡିକାଲର ଅନ୍ତେବାସୀ ରୋଗୀଙ୍କୁ ଫଳ ବିତରଣ କରିଥିଲେ । ଏହା ସହ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଗାମୀ ୨୦ ତାରିଖରେ ବାରିକପୁର ହାଇସ୍କୁଲ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.